ଟିକାବାଲି କଲେଜଠାରେ ଇତିହାସ ବିଭାଗର ଛାତ୍ର ଛାତ୍ରୀଙ୍କ ସେମିନାରୀ ଅନୁଷ୍ଠିତ………………………………..
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଏ ଏମ ସି ଏସ ମହାବିଦ୍ୟାଳୟ ରେ ଇତିହାସ ବିଭାଗ ର ସେମିନାର ଅନୁଷ୍ଠିତ ହୋଇଛି l ଟିକାବାଲି ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ଼ଃ ବିଷ୍ଣୁପ୍ରିୟା ପଣ୍ଡା ଙ୍କ ସଭାପତିତ୍ୱ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ, ସରକାରୀସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସୁଜିତ କୁମାର ପଣ୍ଡା ମୁଖ୍ୟ ଭକ୍ତା ଭାବ ରେ ଯୋଗ ଦେଇ, ଛାତ୍ର ଛାତ୍ରୀ ମାନଙ୍କୁ, ଓଡିଶାର ବୀର ପ୍ରତାପୀ ଓ ପରାକ୍ରମୀ ରାଜା ଖାରବେଳ ଙ୍କ ଜୀବନ କାହାଣୀ ଓ କଳିଙ୍ଗ ରାଜ୍ୟ ରେ ରାଜାଙ୍କ ଅବଦାନ ଉପରେ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଅବଗତ କରିଥିଲେ l ପୂର୍ଵ ଇତିହାସ କୁ ଯଦି ଆମେ ଜାଣିବା ତେବେ ବର୍ତ୍ତମାନ ସମାଜରେ ତାକୁ କିପର ପ୍ରତିପାଦନ କରିବା ଏବଂ ରାଜା ମହା ରାଜା ମାନଙ୍କ ନୀତି ଆଦର୍ଶ ଉପରେ ଆମ ଜୀବନ କାଳ ମଧ୍ୟରେ ରେ ଆମେ ତାକୁ ବ୍ୟବହାର କରିବା ସେ ନେଇ ଏକ ସୁନ୍ଦର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଇତିହାସ ବିଭାଗୀୟ ମୁଖ୍ୟ ବିଷ୍ଣୁ ପ୍ରସାଦ ରଥ,ରାଜନୀତି ବିଭାଗୀୟ ମୁଖ୍ୟ ଶ୍ରୀ ବନମାଳୀ ବେହେରା ଗଣିତ ବିଭାଗୀୟ ମୁଖ୍ୟ ଶ୍ରୀ ବିରୁପାକ୍ଷ୍ୟ ତ୍ରିପାଠୀ, ଇତିହାସ ବିଭାଗ ର ଅଧ୍ୟ୍ୟପକ ଶ୍ରୀ ଅଭୟ ପ୍ରଧାନ ରାହୁଲ ଦିଗାଲ, ଅଧ୍ୟାପିକା ସୁଶ୍ରୀ ଶ୍ରାବଣୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବା ବେଳେ ନିବନ୍ଦ ପାଠ କରିଥିଲେ ଚନ୍ଦ୍ରିକା ବଗର୍ତି, ଆଲିସା ଦିଗାଲ, ସୁଚିତ୍ରା କହଁର ଏବଂ ପାଠ୍ୟ ଚକ୍ରର ଉପସ୍ଥାପନା କରିଥିଲେ ଜ୍ୟୋତିମା କହଁର l