ଟିକାବାଲି ଏ ଏମ ସି ଏସ କଲେଜ ରେ ବାର୍ଷିକ ଉତ୍ସବ ପାଳନ….
କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲାର ଏକ ଅଗ୍ରଣୀ ମହାବିଦ୍ୟାଳୟ ରୂପେ ପରିଗଣିତ ଟିକାବାଲି ଏ ଏମ ସି ଏସ ମହାବିଦ୍ୟାଳୟ ଠାରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ପାଳିତ ହୋଇଅଛି I ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାର, ଜି. ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ପ୍ରଧାନ,ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମା ଚରଣ ମଲିକ, ଟିକାବାଲି ସମିତି ଅଧକ୍ଷ ଶ୍ରୀଯୁକ୍ତ ଦିଲୀପ କହଁର ଓ ଆଞ୍ଚଳିକ ମହାନିର୍ଦେଶକ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଦାଶ ଉପସ୍ଥିତ ଥିଲେ I ସମ୍ମାନିତ ଅତିଥି ରୂପେ ବୁର୍ବୀ ସରପଞ୍ଚ ଶ୍ରୀମତୀ ସାଲିମା ପ୍ରଧାନ, କଟିମାହ ସରପଞ୍ଚ ଶ୍ରୀଯୁକ୍ତ କର୍ନେଲ କହଁର, ଟିକାବାଲି ସରପଞ୍ଚ ଶ୍ରୀଯୁକ୍ତ କୁନ୍ଦୁରୁ ମଲିକ, ପ୍ରମୁଖ ଅତିଥି ମଧ୍ୟରେ ଶ୍ରୀଯୁକ୍ତ ରାମବିଶି ଦିଗାଳ, ଜିତେନ୍ଦ୍ର ଡାକୁଆ, ରାଜକିଶୋର ପ୍ରଧାନ ଓ ଅନେକ ସ୍ବନାମଧନ୍ୟ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ I ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ଦୀନବନ୍ଧୁ ମହାନ୍ତି ସଭାପତିତ୍ୱ ଦାୟିତ୍ୱ ନେଇ ବହୁତ ସୁନ୍ଦର ଭାବେ ପରିଚାଳନା କରିଥିଲେ l ମହାବିଦ୍ୟାଳୟ ର ପ୍ରତ୍ୟେକ ଅଧ୍ୟାପକ, ଅଧ୍ୟାପିକା ଓ ସହଯୋଗୀ କର୍ମଚାରୀ ଏହି କାର୍ଯ୍ୟକ୍ରମ ର ପରିଚାଳନା ଦାୟିତ୍ୱ ବହୁତ ସୁନ୍ଦର ଭାବେ ନିର୍ବାହ କରିଥିଲେ I ଏହି କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା ଦାୟିତ୍ୱ ଅଧ୍ୟାପକ ଶ୍ରୀଯୁକ୍ତ ବନମାଳୀ ବେହେରା, ରତନ ଦିଗାଳ ଙ୍କ ସହ ପୂର୍ବତନ ଛାତ୍ର ଶ୍ରୀଯୁକ୍ତ ଦୀନକୃଷ୍ଣ ମହାପାତ୍ର ବହୁତ ସୁନ୍ଦର ଭାବେ କରିଥିଲେ I କାର୍ଯ୍ୟକ୍ରମ ର ମଧ୍ୟ ଭାଗରେ କଲେଜ ର ପୂର୍ବତନ ଏନ.ଏସ.ଏସ ଛାତ୍ର ଙ୍କ ଦ୍ୱାରା ଗଠନ ହୋଇଥିବା ୟୁଥ ୱାରୀୟର ଯୁବ ସଂଗଠନ ର ସଭାପତି ଶ୍ରୀଯୁକ୍ତ ରାଜକିଶୋର ପ୍ରଧାନ, କାର୍ଯ୍ୟକାରି ସଭାପତି ଶ୍ରୀଯୁକ୍ତ କୁନ୍ଦୁରୁ ମଲ୍ଲିକ, ଅରବିନ୍ଦ ମହାପାତ୍ର, କପିଳାସ କହଁର,ଜ୍ୟୋତିରାଜ ମହାପାତ୍ର, ସୁଧାଂଶୁ ଙ୍କ ସହ ସମସ୍ତ ସହଯୋଗୀ ଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ଉତ୍ସାହିତ କରାଯାଇଥିଲା I ଏହାପରେ ମହାବିଦ୍ୟାଳୟ ର ବିଭିନ୍ନ ବିଭାଗ ରେ କୃତିତ୍ୱ ହାସଲ କରିଥିବା ଶିକ୍ଷାର୍ଥୀ ଙ୍କୁ ସାର୍ଟିଫିକେଟ ଦେଇ ଉତ୍ସାହିତ କରାଯାଇଥିଲା I
