ଟିକାବାଲି ଆର କେ ଡ଼ି କ୍ୟାମ୍ପସରେ ପେନ୍ତା ପେନ୍ତା ଅଙ୍ଗୁର କୋଳି

ଟିକାବାଲି ଆର କେ ଡ଼ି କ୍ୟାମ୍ପସରେ ପେନ୍ତା ପେନ୍ତା ଅଙ୍ଗୁର କୋଳି ……………………………………..

କନ୍ଧମାଳ :- ତା ୧୧/୦୫( ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ବାଞ୍ଜାମାହା ଆର କେ ଡ଼ି କମ୍ପାନୀ କ୍ୟାମ୍ପସ ପରିସରରେ,ଭିତରେ ସୁନ୍ଦର ପ୍ରାକୃତିକ ମନ ଲଭା ସନ୍ଦର୍ଯ୍ୟ ରହିଛି ତାହା ଆଜି ଜଳ ଜଳ ହୋଇ ଅଙ୍ଗୁର ପେନ୍ତା ଦେଖିବାକୁ ମିଳୁଛି l ଆର କେ ଡ଼ିକମ୍ପାନୀ ମ୍ୟାନେଞ୍ଜର ଶ୍ରୀ ମୁକ୍ତିକାନ୍ତ ସାମନ୍ତରାୟଙ୍କ ଉଦ୍ୟମ ଏବଂ ପ୍ରଚେଷ୍ଟାରେ ଟିକାବାଲି ଅଞ୍ଚଳ ବାଞ୍ଜାମାହା ପରି ଏକ ସନ୍ତସନ୍ତୀୟା ଓ ପାହାଡିଆ ଘଞ୍ଚ ଜଙ୍ଗଲ ପରିବେଶ ରେ ଅଙ୍ଗୁର କୋଳି ପେନ୍ତା ପେନ୍ତା ଫଳି ଥିବାର ଦେଖିବାକୁ ମିଳିଛି l ଏହି ଅଙ୍ଗୁର କୋଳି ଗତ ବର୍ଷ ଅପେକ୍ଷା ଏହି ବର୍ଷ ଅଧିକ ଅଙ୍ଗୁର କୋଳି ଫଳିଥିବାର ସୂଚନା ଦେଇଛନ୍ତି କମ୍ପାନୀ ମ୍ୟାନେଞ୍ଜର ସାମନ୍ତରାୟ ବାବୁ l

ବାସ୍ତବରେ ସାମନ୍ତରାୟ ବାବୁ ଜଣେ ପରିବେଶ ପ୍ରେମି ଓ ମିଳାପି ବ୍ୟକ୍ତି ପ୍ରତି ଛୋଟ ରୁ ବଡ଼ ଲୋକଙ୍କ ସହିତ ଉତ୍ତମ ବ୍ୟବହାର ସହିତ ଅତି ନମ୍ର ସଭାବ ର ବ୍ୟକ୍ତି ଅଟନ୍ତି l ତାଙ୍କରି ସ୍ନେହ ପ୍ରେମ ରେ ଅଞ୍ଚଳ ରେ ସୁସମ୍ପର୍କ ସ୍ଥାପନ କରି ଜନସାଧାରଣଙ୍କ ସୁଖ ଦୁଃଖ ର ସାଥୀ ହୋଇ ବାପା ମା ଭାଇ ଓ ଭଉଣୀଙ୍କ ସହିତ ନିକଟତର ହୋଇ ଅଞ୍ଚଳ ରେ ବେଶ ପରିଚୟ ସୃଷ୍ଟି କରିଛନ୍ତି l ଜୀବନ ରେ ଭକ୍ତି, ଆରାଧନା, ଏବଂ ସ୍ନେହ ଓ ଶ୍ରଦ୍ଧା ରେ ନିଜକୁ ରଖିବା ସହିତ ଏକ ଆଦର୍ଶ ଓ ନୀତି ବାଦ ସମାଜ ଗଠନ ପାଇଁ ସର୍ବଦା ହିତ ସାଧନା ମତ ଉପସ୍ଥାପନା କରୁଥାନ୍ତି l ଅନ୍ୟାୟ ଓ ଦୁର୍ନୀତି କୁ କେବେବି ପ୍ରଶୟଦିଅନ୍ତି ନାହିଁ, ତାଙ୍କର ସେହି ପରଉପକାର, ସେବା ମନଭାବ ପାଇଁ ଅଞ୍ଚଳ ବାସୀ ବହୁତ ଭଲ ପାଆନ୍ତି l ଏହି ଅଙ୍ଗୁର କୋଳି ପ୍ରଥମ ଫଳ କୁ ଈଶ୍ୱରଙ୍କ ନିକଟରେ ସମର୍ପଣ କରନ୍ତି l କମ୍ପାନୀ ପରିସର ଭିତରେ ବସବାସ କରୁଥିବା ସମସ୍ତଙ୍କୁ ଆଦର ସ୍ନେହ ରେ ସମ୍ମାନ ଦେଇ ଆଗକୁ ବଡ଼ିବା ବା କମ୍ପାନୀ କୁ ସ୍ୱଦୃଡ଼ କରିବାରେ ମନ ଦେଇ କାମ କରନ୍ତି l

Leave a Reply

Your email address will not be published. Required fields are marked *