ଟିକାବାଲି ଅଞ୍ଚଳରେ ଫାଇଲେରିଆ ନିରାକରଣ ଅଭିଯାନ ……………………………………
କନ୍ଧମାଳ: – (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ତଥା କନ୍ଧମାଳ ଜିଲ୍ଲାର ବିଭିନ୍ନ ଗ୍ରାମରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କନ୍ଧମାଳ ତରଫରୁ ଫାଇଲେରିଆ ନିରାକରଣ ଅଭିଯାନ ଆରମ୍ଭ ହୋଇଯାଇଛି l ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ଡ଼ଃ ଜ୍ୟୋତି ରଞ୍ଜନ ଜେନା ମହୋଦୟଙ୍କ ଦ୍ୱରା ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଫୁଲବାଣୀର ନୂତନ ଭାବରେ ଦାଇତ୍ୱ ଭାର ଗ୍ରହଣ ଗ୍ରହଣ କରିଥିବା ସି ଡି ଏମ ଓ ଡ଼ ସନ୍ତୋଷ କୁମାର ପlଢ଼ି, ଭି ବି ଡି ସି କୁମୁଦ ଚନ୍ଦ୍ର ସାହୁ, ଏମ ଟି ଏସ ଯୁମର ପ୍ରଧାନ ଯୋଗ ଦେଇଥିବା ଦେଖିବାକୁ ମିଳିଛି l ଇତି ଅବସରରେ ଛତିଝାର, କଦାରସାହି, ଭୋଇ ସାହି, ଏହିପରି ଅନେକ ଗ୍ରାମରେ ରାତ୍ରିକାଳୀନ ରକ୍ତ କାଚ ଆଶା,ଅନଂ ଏ ଏନ ଏମ ,ଅବବ ଏ ଡ଼ବ୍ଲ ଡ଼ବ୍ଲ ,ଛ ସି ଏଚ ଓ ଙ୍କ ଦ୍ଵାରା ସଂଗ୍ରହ କରାଯାଇଛି l ଏହାର ମୁଖ୍ୟ ଉଦେଶ୍ୟ କନ୍ଧମାଳ ରେ ସମ୍ପୂର୍ଣ ଭାବରେ ଫାଇଲେରିଆ କୁ ବିନାଶ କରି ଏକ ସୁସ୍ଥ ସମାଜ ଗଠନ କରିବା ଏହି କାର୍ଯ୍ୟକ୍ରମ ଗତ ୨୩/୧୦/୨୦୨୪ ରିଖ ଠାରୁ ଆରମ୍ଭ ହୋଇଥିଲା ଏବଂ ୮/୧୧/୨୦୨୪/ରେ ଶେଷହେବ ଜଣାପଡିଛି l ଏହି ପରିପ୍ରେକ୍ଷୀରେ ୧୨ ଗୋଟି ବ୍ଲକ ଓ ୩ଗୋଟି ଅର୍ବାନ ର ୩୦ ସାଇଟ ରେ ଏହି କାର୍ଯ୍ୟକ୍ରମ ଚାଲୁରହିଥିବା ଜଣାଯାଇଛି ପ୍ରାୟ ୯୦୦୦ ଲୋକଙ୍କ ରକ୍ତ କାଚ ପରୀକ୍ଷା କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିବା ଜଣାପଡିଛି l ଅଞ୍ଚଳବାସୀ ଏଥିରେ ସମ୍ପୂର୍ଣ ଭାବରେ ସହଯୋଗ କରିଥିବା ଦେଖିବାକୁ ମିଳିଛି l