ଝାରପାଲମ ଗ୍ରାମରେ ଚାଷୀଙ୍କ ପାଇଁ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର) କାର୍ଯ୍ୟକ୍ରମ ଅଧୀନରେ ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡର ସହାୟକ ସଂସ୍ଥା ମହାନଦୀ ମାଇନ୍‌ସ ଆଣ୍ଡ୍ ମିନେରାଲ୍‌ସ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଗିରିସିମା ଓ ଝାରପାଲମ ଗ୍ରାମରେ ଚାଷୀଙ୍କ ପାଇଁ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଝାରପାଲମ ସରପଞ୍ଚ ଚନ୍ଦ୍ରବା ମାଝୀ ଓ ବ୍ଲକ କୃଷି ଅଧିକାରୀ ଶଶିଭୂଷଣ ପ୍ରଧାନ ଯୋଗ ଦେଇଥିଲେ ।ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା କୃଷକମାନଙ୍କୁ ଆଧୁନିକ କୃଷି କୌଶଳର ଜ୍ଞାନ ପ୍ରଦାନ କରିବା । ଏହି ଜ୍ଞାନର ଉଦ୍ଦେଶ୍ୟ ହେଉଛି ଚାଷ ଖର୍ଚ୍ଚ ହ୍ରାସ କରିବା ଏବଂ ଉତ୍ପାଦକତା ବୃଦ୍ଧି କରିବା । ଏହି ଅଧିବେଶନରେ ଶ୍ରୀ ପ୍ରଧାନ କୃଷି ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଇବା ସହ ଏହାର ଲାଭ ଉଠାଇବା ପାଇଁ ଉତ୍ସାହିତ କରିଥିଲେ ।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ୧୫୦ରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି । ପ୍ରତ୍ୟେକ ଅଧୂବେଶନ ଶେଷରେ କିଛି କୃଷକଙ୍କୁ ରୋଷେଇ ବଗିଚା (କିଚେନ୍ ଗାର୍ଡେନ୍) କିଟ୍ ମିଳିଥିଲା । ଏହି କିଟ୍‌ଗୁଡ଼ିକରେ ବିଭିନ୍ନ ପନିପରିବା ବିହନ ଏବଂ ଅତ୍ୟାବଶ୍ୟକ କ୍ଷୁଦ୍ର କୃଷି ଯନ୍ତ୍ରପାତି ରହିଥିଲା । ପ୍ରଶିକ୍ଷଣ ଅଧୂବେଶନରେ ଗିରିସିମା ଓ ଝାରପାଲମ ଗ୍ରାମର ପଞ୍ଚାୟତ ସଭ୍ୟଙ୍କ ସମେତ ମହାନଦୀ ମାଇନ୍‌ସ ଆଣ୍ଡ୍ ମିନେରାଲ୍ସ ପ୍ରାଇଭେଟ ଲିମିଟେଡର ସିଏସଆର ଟିମ୍ ଉପସ୍ଥିତ ଥିଲେ ।

ସୁନ୍ଦରଗଡ଼ ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *