ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରଜ ସଂକ୍ରାନ୍ତି ଧୁମ୍ ଧାମ୍ ରେ ପାଳିତ

ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରଜ ସଂକ୍ରାନ୍ତି ଧୁମ୍ ଧାମ୍ ରେ ପାଳିତ

ଭୁବନେଶ୍ୱର: ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରଜ ସଂକ୍ରାନ୍ତି ଅବସର ରେ ସପ୍ତମ ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଡ଼ ନାରାୟଣ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଉଦଘାଟକ ଭାବେ ରାମ ନାରାୟଣ ଦାସ ମହାରାଜ, ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ସମ୍ମାନିୟା ଉପଦେଷ୍ଟା ଶାଶ୍ଵତୀ ମିଶ୍ର ଓ ଅନୁଷ୍ଠାନ ର କୋଷାଧକ୍ଷ ଉମାନାଥ ମିଶ୍ର ପ୍ରମୁଖ ଯୋଗଦେଇ ନିଜର ଆଶ୍ରିବଚନ ପ୍ରଦାନ କରିଥିଲେ। ପ୍ରଥମେ ସୁନାମଧନ୍ୟ ଭଜନ କଳାକାର ଭଜନ ପରିବେଷଣ କରିଥିଲେ।ନୃତ୍ୟଗୁରୁ ସୁଶ୍ରୀ ମହାନ୍ତି ଙ୍କ ଶିଷ୍ୟା କୌସିକି ଲଲାଟିକା ଙ୍କ ଦଶାବତାର ନୃତ୍ୟ ଅତ୍ୟନ୍ତ ଉଛକୋଟୀ ର ହୋଇଥିଲା।ଚଳିତ ବର୍ଷ ନିମନ୍ତେ ପଣ୍ଡିତ ଦାଶରଥି ସାମନ୍ତରାୟ ଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଉତ୍କଳ ଶ୍ରୀ ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା ।ସୁନାମଧନ୍ୟ ଡା ସୁରେନ୍ଦ୍ର ସେନାପତି, ଡା ଦିଲ୍ଲୀପ ମୁଦୁଲି ଓ ଚିକତ୍ସା କ୍ଷେତ୍ର ରେ ବହୁ ପ୍ରସିଦ୍ଧ ଡାକ୍ତର ମାନଙ୍କୁ ସେବା ରତ୍ନ ସଂମ୍ମାନ ୨୦୨୪ ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଭଜନ ରେ ଡ଼ ଅନୁସୟା ନାଥ, ଅନାମିକା ସ୍ୱାଇଁ ପଟ୍ଟନାୟକ, ସ୍ଵର୍ଣଲତା ପାଣି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।  ନୃତ୍ୟଗୁରୁ ସୁଶ୍ରୀ ମହାନ୍ତି ଓ ପରିବେଶବିତ୍ ସଞ୍ଜୟ ନାୟକ ଙ୍କୁ ମଧ୍ୟ ସେବା ରତ୍ନ ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା।ସୁଦୂର ମୟୁରଭଞ୍ଜ ରୁ ଆସିଥିବା ୩ ଜଣ ମହିଳା ହସ୍ତଶିଳ୍ପ କାର୍ଯ୍ୟ କରି ବହୁ ପରିବାର ଚଳିବା ନିମନ୍ତେ ରୋଜଗାର ଦେଇଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ପୁରୁଷ ଓ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ଭୁବନେଶ୍ୱର ଲେଡ଼ିଜ ଫୋରମ ର ସଦସ୍ୟ ମାନେ ଓ ଡି କେ ଗ୍ରୁପ ସଦସ୍ୟ ମାନେ ମନମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ରେ ଦିଲ୍ଲୀପ କୁମାର ପଟ୍ଟନାୟକ, ବିପିନି ବିହାରୀ ସାହୁ, ମନୋଜ ରାଉଳ, ଵିଦ୍ଵାନ୍ତ ଶେଖର ସିଂ,ରଞ୍ଜନ ସାମଲ, ଅଜୟ ଚୌଧୁରୀ, ନବ କିଶୋର ମହାଲ୍ଲିକ, ଅଚ୍ୟୁତ ପ୍ରସାଦ ବେହେରା, ରାହୁଲ ପଳେଇ, ସୋନୁ ସାହୁ, ଆଦର୍ଶ ପଟ୍ଟନାୟକ, ମନୋରଞ୍ଜନ ପଳେଇ, ଶ୍ରୀନିବାସ ରାଓ, ବାପି ବାବୁ, ଶୁଭେନ୍ଧୁ ବାବୁ, ତ୍ରିଲୋଚନ ନାୟକ, ଅକ୍ଷୟ ସାହୁ, ବଂଶୀଧର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ପର୍ବ ମାତୃ ଶକ୍ତି ଉପାସନା ପାଇଁ ଉଦ୍ଦିଷ୍ଟ । ଓଡ଼ିଶାର ବହୁ ପ୍ରାଚୀନ କାଳରୁ ଝଂକଡ଼ରେ ଦେବୀ ସାରଳା, ଯାଜପୁରରେ ଦେବୀ ବିରଜା, ବାଙ୍କୀରେ ଦେବୀ ଚର୍ଚ୍ଚିକା, ଚୌଷଠି ଯୋଗିନୀଙ୍କୁ ଏହି ଅବସରରେ ବିଶେଷ ପୂଜା କରାଯାଏ । ସମୟର କଷଟି ପଥରରେ ଘୋରି ହୋଇ ଲୁପ୍ତ ହେବାକୁ ବସିଲାଣି ପୁରାତନର ମଧୁମୟ ସଂସ୍କୃତି । ଆଧୁନିକତାର କୃତ୍ରିମ ମହକରେ ବିମୋହିତ ହୋଇ ଭୁଲି ଗଲୁଣି ବୈଦିକ ପରମ୍ପରାର ମୌଳିକତା ଓ ଆତ୍ମୀୟତାକୁ । ଗ୍ରହଣ କରି ନେଲୁଣି ପାଶ୍ଚାତ୍ୟର ରଙ୍ଗରସର ରଙ୍ଗିନ ସଂସ୍କୃତିକୁ । ସମୟ ଆସିଛି ପୁଣି ସେହି ପାରମ୍ପରିକ ରଜ ମହୋତ୍ସବକୁ ସିଂହାବଲୋକନ କରିବା ପାଇଁ । ଆମକୁ ସବୁଦିନ ପାଇଁ ମନେରଖିବାକୁ ପଡ଼ିବ ଆମ ସଂସ୍କୃତିର ସ୍ୱତନ୍ତ୍ରତା, ସ୍ୱାବଲମ୍ବନତା ଓ ପ୍ରାଚୀନତାକୁ ।

Leave a Reply

Your email address will not be published. Required fields are marked *