ଜେକେ କାଗଜ କଳ ପ୍ରତିଷ୍ଠାତା ଙ୍କ ୧୪୦ ତମ ଜନ୍ମଜୟନ୍ତୀ ପାଳିତ।ରାୟଗଡା : ରାୟଗଡା ବ୍ଲକ ଚାନ୍ଦିଲୀ ଥାନା ଅନ୍ତର୍ଗତ ଜେ କେ କାଗଜ କଳର ପ୍ରତିଷ୍ଠାତା ସ୍ବର୍ଗତ ଲାଲା କମଳା ପତ୍ ସିଂଘାଣିଆ ଙ୍କ ୧୪୦ ତମ ଜନ୍ମ ଜୟନ୍ତୀ କମ୍ପାନୀ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ କମ୍ପାନୀ ପରିସରରେ ଥିବା ସ୍ବର୍ଗତ ଲାଲା କମଳା ପତ ସିଂଘାନିଆ ଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ମାଲ୍ୟାର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇ ଥିଲା । ସଭା କାର୍ଯ୍ୟ ପ୍ରାରମ୍ଭରେ ଶ୍ରୀ ସନ୍ଦୀପ ପାଣ୍ଡେ , ମହାପ୍ରବନ୍ଧକ (ମାନବ ସମ୍ବଳ ବିକାଶ) ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଜେକେ କାଗଜ କଳର ମୁଖ୍ୟ ବିନୟ ଦ୍ବିବେଦୀ, କାର୍ଯ୍ୟନିର୍ବାହୀ ଉପ ସଭାପତି (କାର୍ମିକ) ସଭାରେ ରେ ସଭାପତିତ୍ୱ କରି ବାର୍ଷିକ ବିବରଣୀ ପାଠ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜେ କେ କାଗଜ କଳ ର ଉପସଭାପତି ବାଣିଜ୍ୟ ବିଭାଗର ଶ୍ରୀ ବିଶ୍ୱଜିତ୍ ଦ୍ଵିୱେଦୀ ଓ ଉପସଭାପତି ଉତ୍ପାଦନ ବିଭାଗର ଶ୍ରୀ ରାଘଭେନ୍ଦ୍ର ହେବର ପ୍ରମୁଖ ଉପସ୍ଥିତ ରହି ଥିଲେ। ଏହି କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ପଦାଧୂକାରୀ ଗଣ , ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଲୋକ ପ୍ରତିନିଧି ମାନେ ଏବଂ ଅନ୍ୟାନ୍ୟ ମାନ୍ୟ ଗଣ୍ୟ ଅତିଥୁ ବୃନ୍ଦ ଯୋଗ ଦେଇଥିଲେ I ଏହି ଅବସରରେ ନିରନ୍ତର ଭାବେ ୨୫ ବର୍ଷ କାର୍ଯ୍ୟରତ ପୂର୍ତି କରି ଥିବା ୩ ଜଣ କର୍ମଚାରୀଙ୍କୁ ରୂପା ଥାଳି ଓ ଉପଢୌକନ ଦେଇ ମୁଖ୍ୟ ଅତିଥି ସମ୍ମାନୀତ କରିଥିଲେ I ସମାପନରେ ରେ ବିଶ୍ୱଜିତ୍ ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମ ଶେଷରେ ସିଂଘାଣିଆ ସ୍କୁଲ୍ର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।ଜେକେ କାଗଜ କଳ ର ଲୋକ ସମ୍ପର୍କ ଅଧିକାରୀ ମିଳନ ଲେଙ୍କା ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ l ସଭା କାର୍ଯ୍ୟକ୍ରମ ଶେଷରେ ବିଶ୍ବସଜିତ ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ lରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ ।
Related Posts

ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ l
ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ lରାୟଗଡ : ତା ୦୨/୧୨/୨୦୨୪ ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ…

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିବା ରାସ୍ତା ଅବରୋଧ
ସୁନାବେଡ଼ା:(ରିପୋର୍ଟ ମନୋଜ କୁମାର ପଟ୍ଟନାୟକ) ସୁନାବେଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ସୁନାବେଡା ପୌର ପରିଷଦ ପକ୍ଷରୁ ୨୦୨୧ ରେ ଏକ ଅଡିଟୋରିଅମ ର ନିର୍ମାଣ କାର୍ଯ୍ୟ…

ଜବତ କଲା ୫ କିଲୋ ରୁପା ସହ ବାଇକ୍
ଜବତ କଲା ୫ କିଲୋ ରୁପା ସହ ବାଇକ୍ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ଥାନା ଗଡର ଛକ ନିକଟରେ ଜଣେ ବ୍ୟବସାୟ ଠାରୁ…