ଜୁନ୍ ୨୬ରେ ଘୂର୍ଣ୍ଣିବଳୟ
ଭୁବନେଶ୍ୱର: ଜୁନ୍ ୨୬ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ।ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ୨୬ ତାରିଖରୁ ବଢ଼ିବ ବର୍ଷା ଓ ୨୭ରେ ସୃଷ୍ଟି ହେବ ଲଘୁଚାପ । ଲଘୁଚାପ ଯୋଗୁଁ ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।ତେବେ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ।