ଜ଼ିଲ୍ଲା ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି
ରାୟଗଡା : ରାୟଗଡା ଏକଲବ୍ୟ ବିଦ୍ୟାଳୟ ଠାରେ ଜ଼ିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଜ଼ିଲ୍ଲା ସ୍ତରୀୟ ସାର୍ଗୁଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜ଼ିଲ୍ଲାପାଳ ଓ ଜ଼ିଲ୍ଲା ପରିଷଦ ଅଧକ୍ଷା ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ସମତେ ବ୍ଲକ ସମ୍ପସାରଣ ଅଧିକାରୀ ବୃନ୍ଦ, ଜ଼ିଲ୍ଲା ର ସମସ୍ତ ସ୍କୁଲ ର ଶିକ୍ଷକ ମାନେ ସ୍ୱାଗତ କରିଥିଲେ l ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ମାଧ୍ୟମରେ ପାଛୋଟି ସଭା ମଞ୍ଚ ସ୍ଥଳ କୁ ଅଣାଯାଇଥିଲା l ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଭରତ ଭୂଷଣ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଜ଼ିଲ୍ଲାପାଳ ପାରୁଲ ପାଟୱାରୀ ଯୋଗଦେଇଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ, ଜ଼ିଲ୍ଲା ଶିକ୍ଷଧିକାରୀ ବସନ୍ତ କୁମାର ନାୟକ ଯୋଗ ଦେଇଥିଲେ l ଅତିଥି ମାନଙ୍କ ଦ୍ୱାରା ପ୍ରଥମେ ଜଗତ ର ନାଥ ଜଗନ୍ନାଥ ଙ୍କ ଫୋଟ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା ଜ଼ିଲ୍ଲା ଅନୁସୂଚିତ ଜାତି ଜନଜାତି ଉନୟନ ବିଭାଗ ଅଧୀନରେ ଥିବା ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ l ଜ଼ିଲ୍ଲା ମଙ୍ଗଳ ଅଧିକାରୀ ବାର୍ଷିକ ବିବରଣୀ ପାଠ କରିଥିଲେ l ପିଲାଙ୍କ ଲୁକ୍କାହିତ ପ୍ରତିଭା କୁ ଲୋକଲୋଚନ କୁ ଆଣିବା ହେଉଛି ଏହି କାର୍ଯ୍ୟକ୍ରମ ର ମୂଳ ଉଦେଶ୍ୟ ବୋଲି ଅତିଥି ମାନେ ମତ ରଖିଥିଲେ l ଜ଼ିଲ୍ଲା ଶିକ୍ଷଧିକାରୀ ନିଜ ବକ୍ତବ୍ୟ ରେ କହିଥିଲେ ଯେ ହାରିବା ପଛରେ ଜିତିବା ରହିଛି ହାରିଲି ବୋଲି ଭାଙ୍ଗିବା ର ନାହିଁ ଏହି ହାର ହିଁ ଦିନେ ଶୀର୍ଷ ରେ ପହଂଚାଇବ ଏଥିରେ ସନ୍ଦେହ ନାହିଁ ବୋଲି କହିଥିଲେ l ଜ଼ିଲ୍ଲା ପରିଷଦ ଅଧକ୍ଷା ନିଜ ବକ୍ତବ୍ୟ ରେ କହିଥିଲେ ଯେ ଜାଣିଲେ ଜିତିବା ଜିତିଲେ ମୋହକିବା ଏହା କୁ ଆଖିଆଗରେ ରଖି ଆଗକୁ ଚାଲିବା ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଜ଼ିଲ୍ଲାପାଳ ପାଟୱାରୀ ନିଜ ବକ୍ତବ୍ୟରେ ଜ଼ିଲ୍ଲା ଛାତ୍ର ଛାତ୍ରୀ ମାନେ ଯେପରି ଭାବେ ନିଜର ଦକ୍ଷତା କୁ ଦେଖାଉଛନ୍ତି ତାହାକୁ ପ୍ରଶଂସା କରିଥିଲେ l ଖେଳ କୁଦ ନାଚ ଗୀତ ରର ଜ଼ିଲ୍ଲା ର ଛାତ୍ର ଛାତ୍ରୀ ବହୁ ଆଗରେ ବୋଲି କହିଥିଲେ l ଏହାପରେ ଅତିଥି ମାନେ କ୍ରୀଡା ଉତ୍ସବ ଉଦଘାଟନ କରିଥିଲେ l ଜ଼ିଲ୍ଲା ର ମଙ୍ଗଳ ବିଭାଗ ର ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ବିଜ୍ଞାନ ମେଳା କୁ ଉଦଘାଟନ କରିଥିଲେ l ବରିଷ୍ଠ ଓ କନିଷ୍ଠ ବର୍ଗ ର ଭଳି ବଲ, ସାଧାରଣ ଜ୍ଞାନ,ଏକକ ନୃତ୍ୟ, ଏକକ ଅଭିନୟ ଯନ୍ତ୍ର ସଂଗୀତ କୁଇଜ ଚିତ୍ରାଙ୍କନ, ସ୍ଲୋଗାନ ଲିଖନ, ତର୍କ,ପ୍ରତିଯୋଗିତା ସହିତ ସୋଲ ଓ ଗ୍ରୁପ ଡେନ୍ସ ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ଜ଼ିଲ୍ଲା ର 11 ଗୋଟି ବ୍ଲକ ର ମଙ୍ଗଳ ବିଭାଗ ର 600 ଛାତ୍ରୀ ଛାତ୍ର ଭାଗ ନେଇଥିଲେ l ଆସନ୍ତା 18 ରୁ 20 ଡିସେମ୍ବର ରେ ଅନୁଷ୍ଠିତ ହେବକି ଥିବା ରାଜ୍ୟସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ରର ଭାଗ ନେବା ନିମନ୍ତେ 49 ଜଣ ଛାତ୍ର ଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି l ଯୋଗ୍ୟବିବେଚିତ ପ୍ରତିଯୋଗୀ ମାନଙ୍କୁ ଉଦଯାପନୀ କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଅତିରିକ୍ତ ଜ଼ିଲ୍ଲା ମଙ୍ଗଳ ଅଧିକାରୀ, ଜ଼ିଲ୍ଲା ର ସମସ୍ତ ବ୍ଲକ ର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଣ ପୁରସ୍କାର ବିତରଣ କରିବା ସହିତ ରାଜ୍ୟସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ରେ ଯୋଗ୍ୟ ବିବେଚିତ ହୋଇ ରାୟଗଡା ଜ଼ିଲ୍ଲା କିପରି ବିଜୟ କରିବା ସହିତ ରାୟଗଡା ର ଛାତ୍ର ଛାତ୍ରୀ କାହାଠାରୁ କମ ନୁହନ୍ତି ବୋଲି ନିଜ ନିଜ ର ପ୍ରତିଭା ଦେଖାଇବା ନିମନ୍ତେ ଶୁଭକାମନା ସହିତ ଆଶୀର୍ବାଦ ଦେଇଥିଲେ l ଉଭୟ ଉଦଘାଟନୀ ଓ ଉଦଯାପନୀ କାର୍ଯ୍ୟକ୍ରମ ରେ ଶିକ୍ଷକ ଗୋପୀନାଥ ପାରିଛା ଓ ସଂଜୟ କୁମାର କଂସ ବେହେରା ବସନ୍ତ ପଣ୍ଡା, ଦିଲୀପ ଚୌଧୁରୀ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ମନୋଜ ପାଢ଼ୀ, ବିଭୀଷଣ ଛିଞ୍ଚୁଆନ, ନବୀନ ପାତ୍ର,ବିସିକେଶନ ବାଘ,ତ୍ରିପତି ହିକକା, ପି ଶ୍ରୀନିବାସ ରାଓ, ଲୋକନାଥ ସାହୁ,ପ୍ରଦୀପ ଚୌଧୁରୀ, ମୋହନ କରିମେରିକା, ଶିଲା ଶ୍ରୀନିବାସ,ଶିବ ପ୍ରସାଦ ପଣ୍ଡା,ରାମଚନ୍ଦ୍ର ସେନାପତି, ସୁନନ୍ଦା କୁମାର ଜେନା,ସନ୍ତୋଷ କୁମାର ମହାପାତ୍ର,ଲଡୀ ଶ୍ରୀନିବାସ, ଅଭିମନ୍ୟୁ ଚୌଧୁରୀ, ଶିବରାମ ଶବର, ଦେବେନ୍ଦ୍ର କୁମାର ପଣ୍ଡା, ଲକ୍ଷ୍ମୀ ନାରାୟଣ ପାଳ, ସୁରେଶ ଚନ୍ଦ୍ର ସାହୁ, ଅନୁରାଧା ଲିଙ୍ଗମ, ସୁନିତା କୁମାରୀ ସାହୁ, ସ୍ଵର୍ଣ୍ଣଲତା ପଣ୍ଡା, କଲା ବାମନ ମୂର୍ତ୍ତି ସସ୍ମିତା ଦାସ, ସ୍ଵର୍ଣ୍ଣଲତା ମହାପାତ୍ର,ସହଯୋଗ କରିଥିଲେ l ଜ଼ିଲ୍ଲା ର ବିଭିନ୍ନ ବ୍ଲକ ର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ବାଙ୍ଗାରି କେସିଂପୁର, ଦେବାଶିଷ ମୁଣ୍ଡ କୋଳନରା, କୃଷ୍ଣ ଚନ୍ଦ୍ର ବେହେରା ମୁନିଗୁଡା ଚନ୍ଦ୍ରପୁର,ଅକ୍ଷୟ ସାହୁ କାଶୀପୁର, ଶୁଭପ୍ରଦା ସାସମଲ ବିସଷମକଟକ, ମିନତୀ ରଥ ପଦ୍ମପୁର ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଅତି ସୁଚାର ରୂପେ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ