ଜିଲ୍ଲା ସ୍ତରୀୟ କର୍ମଶାଳା ଲକ୍ଷପତି ଦିଦି,
ପ୍ରୋତ୍ସାହନ ରାଶିର ସଦ ବିନିଯୋଗ କରି ଆର୍ଥିକ ମାନଦଣ୍ଡ ବିକାଶରେ ପଥଚ୍ୟୁତ ନହେବା ନେଇ ଜିଲ୍ଲାପାଳ ଆହ୍ବାନଖଡ଼ିଆଳ ତା:୧୧.୦୨.ଓମ ପ୍ରକାଶ ଚୌଧୁରୀ ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ପୁରଣା ପୋଲିସ ପଡିଆ ଠାରେ ଜିଲ୍ଲା ସ୍ତରୀୟ କର୍ମଶାଳା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ରାଶିର ସଦ ବିନିଯୋଗ କରି ଆର୍ଥିକ ମାନଦଣ୍ଡ ବିକାଶ ପଥଚ୍ୟୁକ୍ତ ନହେବା ନେଇ ଜିଲ୍ଲାପାଳ ଆହ୍ବାନ କରିଛନ୍ତି। ଲକ୍ଷ ପତି ହେବାର ସ୍ଵପ୍ନ ସାକାର ସୁନିଶ୍ଚିତ ଅଟେ। କାରଣ ମହିଳାଙ୍କ ଆର୍ଥିକ ଆବଣ୍ଟନ ଆର୍ଥିକ ସନ୍ତୁଳନ ବଜାୟ ରଖି ନିଜ ଦାୟିତ୍ଵ ସମ୍ପାଦନ କରିଥାଆନ୍ତି। ସରକାର ପକ୍ଷ ରୁ ମିଳୁଥିବା ସହାୟତା ରାଶି ନିଶ୍ଚିତ ରୂପେ ବିକଶିତ ହେବା ରେ ସହାୟକ ହେବ ବୋଲି ଅତିଥି ମାନେ ମତପୋଷଣ କରିଛନ୍ତି। ସଭା ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଲିଡ ବ୍ୟାଙ୍କ ପ୍ରବନ୍ଧକ ସିତାରାମ ମେହେର ଅତିରିକ୍ତ ପ୍ରକଳ୍ପ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଦେଶରେ ମହିଳା ମାନେ ଆର୍ଥିକ ଆତ୍ମ ନିର୍ଭରଶୀଳ ହେଲେ ଅଞ୍ଚଳର ବିକାଶ ହେବ। ୨୦୪୭ ମସିହାରେ ଭାରତ ସମ୍ପୂର୍ଣ୍ଣ ବିକଶିତ ରାଷ୍ଟ୍ର ହେବାର ସ୍ଵପ୍ନ ସାକାର ହେବ। ମହିଳା ଙ୍କ ହାତ କୁ ବିଭିନ୍ନ ଆର୍ଥିକ ଯୋଜନା ରହିଅଛି।
