ଜିଲ୍ଲା ମୁଖ୍ୟ ଡାକ୍ତରଖାନା ମୋବାଇଲ୍ ଫୋନ୍ ଆଲୁଅରେ ଚାଲିଛି ରୋଗୀ ସେବା

ଜିଲ୍ଲା ମୁଖ୍ୟ ଡାକ୍ତରଖାନା ମୋବାଇଲ୍ ଫୋନ୍ ଆଲୁଅରେ ଚାଲିଛି ରୋଗୀ ସେବା

ଗଜପତି -: ():ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ମୋବାଇଲ ଫୋନ ଆଲୁଅରେ ରୋଗୀ ସେବା ଚାଲିଥିବା ଲକ୍ଷ୍ୟ କରାଯାଇଛି । ଦୈନନ୍ଦିନ ମୁଖ୍ୟ ଚିକିତ୍ସାଳୟରେ ନାନାଦି ସମସ୍ୟା ଉପୁଜୁଥିବା ବେଳେ ବିଦ୍ୟୁତ ବିଭ୍ରାଟ ନୂତନ ସମସ୍ୟା ସୃଷ୍ଟି କରିବା ସହ ଏନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି. ଅନ୍ୟ ଉପାୟ ନ ପାଇଁ ଡାକ୍ତର ଓ କର୍ମଚାରୀ ମୋବାଇଲ୍ ଫୋନ୍ ଆଲୁଅରେ ଚିକିତ୍ସା କରୁଥିବାର ଦେଖ‌ିବାକୁ ମିଳୁଛି । ସ୍ବାସ୍ଥ୍ୟସେବା ଏକ ଜରୁରୀ କାଳୀନ ସେବା। ଏଥିପାଇଁ ରାଜ୍ୟସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରି ଭିଭିଭୂମିକୁ ସୁଦୃଢ କରୁଛନ୍ତି। କିନ୍ତୁ ସ୍ଥାନୀୟ ସ୍ଥରରେ ଦାୟିତ୍ବରେ ରହୁଥ‌ିବା କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ରୋଗୀବହୁ ଅସୁବିଧାରସମ୍ମୁଖୀନ ହେବା ସହ ହନ୍ତସନ୍ତ ହେଉଛନ୍ତି । ତାର ଉଦାହରଣ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଦେଖୁବାକୁ ମିଳିଛି । ସନ୍ଧ୍ୟାରେ ପ୍ରାୟ ଦୁଇ ଘଣ୍ଟା ଧରି ବିଦ୍ୟୁତ ନ ଥିଲା I ଏଥିଯୋଗୁଁ ଡାକ୍ତରମୋବାଇଲ ଟର୍ଚ୍ଚ ଲାଇଟ୍‌ରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଦେଖ‌ିବାକୁ ମିଳିଥିଲା |ଏହାସହ ଆଉଟ୍ ଡୋର୍‌ର ଅଧିକାଂଶ କକ୍ଷରେ ତାଲାପଡିଥିବା ବେଳେ ରୋଗୀ ଏବଂ ସମ୍ପର୍କୀୟ ହାତରେ ମୋବାଇଲ ଟର୍ଜଲାଇଟ ଧରି ବୁଲୁଥିବାର ଦେଖ‌ିବାକୁ ମିଳୁଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଧୀକ୍ଷକ ଏମଏମ. ଅଲ୍ଲୀ ଆମ ପ୍ରତିନିଧି ପଚାରିବାରେ କହିଛନ୍ତି ଯେ, ଘଟଣା ନେଇ ମୋ ପାଖରେ କୌଣସି ଖବର ପହଞ୍ଚି ନାହିଁ. ତଥାପି ଏନେଇ ମୁଁ ଅନୁଧ୍ୟାନ କରିବା ସହ ଏଭଳି ଅବ୍ୟବସ୍ଥା ନ ଘଟେ ସେ ନେଇ ବିହିତ ପଦକ୍ଷେପ ଗ୍ରହଣ କରିବି । ଗଜପତି ଜଲ୍ଲା ରୁ ମନୋଜ କୁମାର ପାଢୀ ଙ୍କ ରିପୋଟ

Leave a Reply

Your email address will not be published. Required fields are marked *