ଜିଲ୍ଲା ପ୍ରଶାସନ ଦ୍ୱାରା ରାୟଗଡ଼ ଠାରେ ଆର୍ଥିକ ସାକ୍ଷ୍ୟରତା ଶିବିର ଆର,ଉଦୟଗିରି(ମନୋଜ କୁମାର ପାଢୀ/ 01/11/24 ରିଖରେ ରାୟଗଡ଼ ଠାରେ ପୋଷ୍ଟାଲ ଏଜେଣ୍ଟ ଶ୍ରୀ ସନ୍ତୋଷ କୁମାର ଦାସଙ୍କ ଆବାହକତ୍ୱରେ ଆର୍ଥିକ ସାକ୍ଷ୍ୟରତା ଶିବିର ଅନୁଷ୍ଠିତ ହୋଇଯାଇଛି |ଏ ଅବସରରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ପାଢ଼ୀ ଯୋଗ ଦେଇଥିବା ବେଳେ କନିଷ୍ଠ ସହାୟକ ଶ୍ରୀ ଅଜିତ କୁମାର ସାହୁ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ | ବର୍ତ୍ତମାନ ସମୟରେ କୌଣସି ବେସରକାରୀ ସଂସ୍ଥାରେ ଅର୍ଥ ବିନିଯୋଗ ନ କରିବା ଓ ସାଇବର ଠକ କବଳରୁ ସୁରକ୍ଷା ପାଇବା ପାଇଁ କିପରି ଉପାୟ ଅଵଲମ୍ବନ କରିବାକୁ ହେବ ସେଥିପାଇଁ ପରାମର୍ଶ ଦେଇଥିଲେ | ଜାତୀୟ କରଣ ବ୍ୟାଙ୍କ କିମ୍ବା ନିକଟସ୍ଥ ଡାକ ଘରେ ପ୍ରଚଳିତ ବିଭିନ୍ନ ଯୋଜନା ଯଥା କିସାନ ବିକାଶ ପତ୍ର, ଜାତୀୟ ସଞ୍ଚୟ ସାର୍ଟିଫିକେଟ, ଆବର୍ତ୍ତିଜମା (RD)ସୁକନ୍ୟା ଯୋଜନା ଓ ଗ୍ରାମୀଣ ଡାକ ବୀମା ଯୋଜନା ଇତ୍ୟାଦି ତା ସହିତ ଓଡିଶା ସରକାରଙ୍କ ଲଟେରୀ କୂପନ ବ୍ୟବସ୍ଥା ସମ୍ପର୍କରେ ଅତିଥି ବୃନ୍ଦ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ | ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ଅଭାବ ଯୋଗୁଁ ଅନେକ ପରିବାର ଠକାମୀର ଶିକାର ହୋଇ ଥିବାର ନଜିର ଅଛି ତେଣୁ ନିକଟସ୍ଥ ଡାକଘରେ ସମସ୍ତ ପ୍ରକାର ବିନିଯୋଗର ସୁବିଧା ମିଳିପାରିବ ବୋଲି ପ୍ରକାଶ କରିଥିଲେ |ଏହି ବୈଠକରେ ମହିଳା ମାନଙ୍କ ସମେତ ପ୍ରାୟ 200 ଜଣ ଅଂଶ ଗ୍ରହଣ କରିଥିଲେ | ଶ୍ରୀ ସନ୍ତୋଷ କୁମାର ଦାସ ବୈଠକ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ |
Related Posts

ରଥଯାତ୍ରାରେ ଓଡ଼ିଶାର ପ୍ରତି ବ୍ଲକରୁ ପୁରୀକୁ ଚାଲିବ ବସ୍
ରଥଯାତ୍ରାରେ ଓଡ଼ିଶାର ପ୍ରତି ବ୍ଲକରୁ ପୁରୀକୁ ଚାଲିବ ବସ୍ ଭୁବନେଶ୍ୱର: ଚଳିତ ବର୍ଷ ରଥଯାତ୍ରା ସମୟରେ ଓଡ଼ିଶାର ପ୍ରତିଟି ବ୍ଲକରୁ ପୁରୀକୁ ବସ୍ ସେବା ଯୋଗାଇ ଦିଆଯିବ…

ନଭେମ୍ବର ୧୭ ରେ ଅନୁଷ୍ଠିତ ହେବ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ
ନଭେମ୍ବର ୧୭ ରେ ଅନୁଷ୍ଠିତ ହେବ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ସଂସ୍କୃତିଭବନ ସମ୍ମିଳନୀ କକ୍ଷରେ ବର୍ଷ ୨୦୨୦,୨୦୨୧ ଏବଂ…

ଲରମ୍ଭା ମହାବିଦ୍ୟାଳୟ ଠାରେ ଆତ୍ମସୁରକ୍ଷା ମହିଳା ତାଲିମ ଶିବିର ଆୟୋଜିତ ହେଊଛି।
ଲରମ୍ଭା ମହାବିଦ୍ୟାଳୟ ଠାରେ ଆତ୍ମସୁରକ୍ଷା ମହିଳା ତାଲିମ ଶିବିର ଆୟୋଜିତ ହେଊଛି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକସ୍ଥିତ ଲରମ୍ଭା ମହାବିଦ୍ୟାଳୟ…