ଜିଲ୍ଲାସ୍ତରୀୟ ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳିତ । ଗଜପତି(ମନୋଜ ପାଢୀ/୮/୧/୨୫ଜିଲ୍ଲାସ୍ତରୀୟ ୧୮ତମ ପ୍ରବାସୀ ଭାରତୀୟ ଦିବସ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ସମଗ୍ର ଶିକ୍ଷା ଗଜପତି ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଦିବସରେ ଶ୍ରୀଯୁକ୍ତ ବିଜୟ କୁମାର ଦାଶ, ଜିଲ୍ଲାପାଳ ଗଜପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ,ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି, ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି,ଡ଼.ମାୟାଧର ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଗଜପତି , ଶ୍ରୀ ରୋସନ କୁମାର ନାୟକ, ସହକାରୀ ପ୍ରଫେସର୍ କୃଷି ଆମେରିକା, ଶ୍ରୀ ସନ୍ତୋଷ କୁମାର ପାଣିଗ୍ରାହୀ, ପ୍ରବାସୀ ଭାରତୀୟ ସିଡନୀ ଅଷ୍ଟ୍ରେଲିଆ, ଶ୍ରୀ ସୋଲେମନ୍ ରାଇକା, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଶ୍ରୀ ଭଗବତ ପାଢ଼ୀ ସାମ୍ବାଦିକ ମଞ୍ଚାସିନ ଥିଲେ ।ପ୍ରତିବର୍ଷ ଭାରତ ସରକାରଙ୍କ ଦ୍ୱାରା ଜାନୁୟାରୀ ୮ ତାରିଖ ଦିନ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଏ । ଏହି ଦିନ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ସ୍ୱଦେଶକୁ ଫେରିଥିଲେ । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ୨୦୦୩ ମସିହାରୁ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି। ଏହି ଉପଲକ୍ଷେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏଥିରେ ଯେଉଁ ପ୍ରବାସୀ ଭାରତୀୟ ନିଜ କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଛନ୍ତି ସେମାନଙ୍କୁ ସମ୍ମାନିତ କରାଯାଇଛି ।ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ମୋନାଲିସା ଦାସ , ପ୍ରଧାନ ଶିକ୍ଷୟତ୍ରୀ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି, ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ସଂସ୍କୃତି ଅଧିକାରୀ,ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ,ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
Related Posts
ଗଜପତି ଜିଲ୍ଲାପାଳ ଙ୍କ ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ କୁ ଗସ୍ତ ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା
ଗଜପତି ଜିଲ୍ଲାପାଳ ଙ୍କ ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ କୁ ଗସ୍ତ ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା ଆର, ଉଦୟଗିରି(ମନୋଜ କୁମାର ପାଢୀ) ଗଜପତି ଜିଲ୍ଲାପାଳ…
ମହିଳାଙ୍କୁ ବଳାତ୍କାର ଓ ସ୍ବାମୀ କୁ ହତ୍ୟା ଉଦ୍ୟମ ଅଭିଯୋଗ ପୂର୍ବତନ ସରପଞ୍ଚ ଦୁଇ ପୁଅଗିରିଫ।
ମହିଳାଙ୍କୁ ବଳାତ୍କାର ଓ ସ୍ବାମୀ କୁ ହତ୍ୟା ଉଦ୍ୟମ ଅଭିଯୋଗ ପୂର୍ବତନ ସରପଞ୍ଚ ଦୁଇ ପୁଅଗିରିଫ। ଗଞ୍ଜାମ:ଆସ୍କା ଥାନା ଅର୍ନ୍ତଗତ ପିତ୍ତଳ ସନ୍ତୋଷ ପୁର ଗ୍ରାମ ର…
ପେନାଗବେରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ “ସର୍ଗିଫୁଲ ” କାର୍ଯ୍ୟକ୍ରମ ଅନୁଷ୍ଠିତ
ପେନାଗବେରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ “ସର୍ଗିଫୁଲ ” କାର୍ଯ୍ୟକ୍ରମ ଅନୁଷ୍ଠିତ… କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଅନ୍ତର୍ଗତ…