ଜିଲ୍ଲାସ୍ତରୀୟ ଶିଶୁଙ୍କ ଓଜନ ଓ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ..

ଜିଲ୍ଲାସ୍ତରୀୟ ଶିଶୁଙ୍କ ଓଜନ ଓ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ..

ଗଜପତି -୧୧/୭/୨୦୨୪ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ କାର୍ଯ୍ୟାଳୟର ପ୍ରଶିକ୍ଷଣ କକ୍ଷ ଠାରେ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଶନ ଶକ୍ତି ଓ ୟୁନିସେଫର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ଶିଶୁଙ୍କ ଓଜନ ଓ ଉଚ୍ଚତା ନିରୀକ୍ଷଣ ସମ୍ପର୍କିତ ୨ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିଶୁଙ୍କ ଓଜନ ଓ ଉଚ୍ଚତା ନିରୀକ୍ଷଣ ସମେତ ପୋଷଣ ଟ୍ରେକର ସମ୍ପର୍କରେ ତଥ୍ୟ ନେବା ଏବଂ ପୂର୍ଣ୍ଣତା ଆହାର ଉପରେ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ୟୁନିସେଫ ରାଜ୍ୟ ସଂଯୋଜକ ଶ୍ରୀ ବରଦା ମହାପାତ୍ର ଯୋଗ ଦେଇ ବିଭିନ୍ନ ବିଷୟରେ ତାଲିମ ଦେବାସହ ଏହାକୁ ନେଇ ପରବର୍ତ୍ତୀ ସମୟରେ କିଭଳି ଏହାର ସଫଳ ରୂପାୟନ ହୋଇପାରିବ , ଏହାହିଁ ଏହି ତାଲିମ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।।ଅନ୍ୟପକ୍ଷରେ ଦ୍ଵିତୀୟ ଦିନରେ କାର୍ଯ୍ୟକ୍ରମ ଅଧିକାରୀ ନମିତା ମହାରଣା ଏବଂ ପାୟଲ ପାଣିଗ୍ରାହି ପ୍ରମୁଖ ମଞ୍ଚାସିନ ହୋଇ କ୍ଷେତ୍ର ସ୍ତରରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି , ସେମାନଙ୍କ ମଧ୍ୟରେ କିଭଳି ବୈଷୟିକ ଜ୍ଞାନ କୌଶଳ ବୃଦ୍ଧି କରାଇ ଶିଶୁଙ୍କ ପୁଷ୍ଟି ହିନତାର ସଠିକ୍ ଚିହ୍ନଟ ହୋଇପାରିବ ଏବଂ ପରବର୍ତ୍ତୀ ସମୟରେ ଏ ଦିଗରେ କିଭଳି କାର୍ଯ୍ୟକାରିତା ସଫଳ ହେବ , ସେ ସମ୍ପର୍କରେ ବୁଝାଇ ସଚେତନ କରିଥିଲେ । ଏହି ପ୍ରଥମ ଦିନର ସଚେତନତା ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରାଜେନ୍ଦ୍ର ମିଞ୍ଜ ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଉପରେ କହିଥିଲେ ।୨ ଦିନଧରି ଅନୁଷ୍ଠିତ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଗୋଷାଣୀ , କାଶୀନଗର , ରାୟଗଡ଼ା ଏବଂ ରା: ଉଦୟଗିରି ବ୍ଲକର ସମସ୍ତ ସିଡ଼ିପିଓ, ଲେଡି ସୁପରଭାଇଜର , ପୋଷଣ ବ୍ଲକ୍ ସଂଯୋଜକ , ମମତା-ପିଏ , ଏବଂ ମିଶନ ଶକ୍ତିର ବିପିସି: ମାନେ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ ।ସେହିଭଳି ଦ୍ଵିତୀୟ ଦିନର ତାଲିମ କାର୍ଯ୍ୟକ୍ରମରେ ନୂଆଗଡ , ଗୁମ୍ମା ଓ ମୋହନା ବ୍ଲକର ସମସ୍ତ ଆଇସିଡ଼ିଏସ: କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମରେ ପିଓ ତଥା ପ୍ରୋଗ୍ରାମ ଅଫିସର ଶ୍ରୀମତୀ ସାରଳା ପାତ୍ର , ସବଡିଭିଜନାଲ- ପିଓ: ଶ୍ରୀମତୀ ନମିତା ମହାରଣା , ପିଓ: ଡିଏସଡବ୍ଲ୍ୟୁ: ଅଫିସ କେ: ସୁନିତା , ଜିଲ୍ଲା ପୋଷଣ ସଂଜୋଜିକା ଶ୍ରୀମତୀ ପାୟଲ ପାଣିଗ୍ରାହୀ , ଡିପିସି ମ୍ୟାନେଜର ଶ୍ରୀ ମନୋଜ କୁମାର ପଣ୍ଡା ,ଏନ୍ଓପି: ମ୍ୟାନେଜର ଶ୍ରୀ ଅଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ।କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ଜିଲ୍ଲାରେ ଶିଶୁ ମାନଙ୍କ ଓଜନ ଓ ଉଚ୍ଚତା ପ୍ରତି ଅଧିକ ଗୁରୁତ୍ବ ଦିଆଯିବା ଉପରେ ଉପାଦେୟ ପ୍ରଶିକ୍ଷଣ ଦେବା ସହ ବିସ୍ତୃତ ଆଲୋଚନା କରା ଯାଇଥିଲା ।

Leave a Reply

Your email address will not be published. Required fields are marked *