ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଗଜପତି(ମନୋଜ କୁମାର ପାଢୀ)-:ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମେଳାକୁ ଜିଲ୍ଲାର ଚାଷୀ ଓ ଜନସାଧାରଣଙ୍କ ପାଇଁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଆସନ୍ତା ନଭେମ୍ବର ତା.୦୮.୧୧.୨୦୨୪ ଓ ତା ୦୯.୧୧.୨୦୨୪ ରିଖ ଦୁଇ ଦିନ ଧରି ଗଜପତି ଷ୍ଟାଡିୟମ ଠାରେ ମେଳା ଆୟୋଜନ ହେବ I ଏଥିରେ ୨୦ ଗୋଟି ଷ୍ଟଲ ସହିତ ଜୀବନ୍ତ ମତ୍ସ୍ୟ ଓ ବିଭିନ୍ନ ପ୍ରଜାତିର ଗୃହପାଳିତ ପ୍ରାଣୀ ସମ୍ପଦର ପ୍ରଦର୍ଶନୀ ଆୟୋଜିତ ହେବ I ପ୍ରତ୍ୟେକ ଦିନ ସଭାକାର୍ଯ୍ୟ ସହ ଚାଷୀ-ବୈଜ୍ଞାନିକଙ୍କ ସହିତ ଆଲୋଚନା ଚକ୍ର ଅନୁଷ୍ଠିତ ହେବ I ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀ ପାଳନରେ କୃତୀ ଅର୍ଜନ କରିଥିବା ୮ ଜଣ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବା । ଏତଦବ୍ୟତୀତ ଗୋ-ସମ୍ବର୍ଧନା ଉତ୍ସବ ପାଇଁ ଗୋ-ପୁଜନ ସହ ଏକ ଗୋ-ପ୍ରଦର୍ଶନୀ ଅନୁଷ୍ଠିତ ହେବ I ପ୍ରତ୍ୟେକ ଦିନ ଜିଲ୍ଲାର ସମସ୍ତ ବ୍ଲକ ରୁ ୫୦୦ ରୁ ଅଧିକ ମତ୍ସ୍ୟ ଓ ପ୍ରାଣୀ ପାଳକ ଏହି ମେଳାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଅଛି I ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ବିଭିନ୍ନ ଯୋଜନାକୁ ଲୋକକଳା ଓ ଲୋକନୃତ୍ୟ ମାଧ୍ୟମରେ ଚାଷୀଙ୍କ ଅବଗତି ପାଇଁ ପ୍ରତିଦିନ ଲୋକନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ I ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ତୁଷାର କାନ୍ତ ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସୁରେନ୍ଦ୍ରନାଥ ସ୍ଵାଇ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀମତୀ ଲିଶା ବେହେରା,ଉପନିର୍ଦ୍ଦେଶକ ଉଦ୍ୟାନ ଶ୍ରୀ ସୁଶାନ୍ତ କୁମାର ଦାଶଙ୍କ ସମେତବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ I
Related Posts

ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟରେ ପୋସ୍କୋ ଆଇନ ଓ ଯେ.ଯେ (ସିପିସି) ଆଇନ ସଚେତନତା କାର୍ଯ୍ୟକ୍ରମ।
ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟରେ ପୋସ୍କୋ ଆଇନ ଓ ଯେ.ଯେ (ସିପିସି) ଆଇନ ସଚେତନତା କାର୍ଯ୍ୟକ୍ରମ। ରାୟଗଡ଼ା : ରାୟଗଡା ସହର ଉପଖଣ୍ଡ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ପରସରରେ ଜିଲ୍ଲା ଆଇନସେବା…

ଗୌତମ ବୁଦ୍ଧଙ୍କ ପ୍ରତି ମୂର୍ତ୍ତି ଉନ୍ମୋଚନ
ବୁଦ୍ଧ ପୁର୍ଣିମାରେ ଉନ୍ମୋଚିତ ହେଲା ଗୌତମ ବୁଦ୍ଧ କୋରାପୁଟ ଜିଲ୍ଲା(କୋରାପୁଟ ରୁ ଭେଙ୍କାଟେସ ରାଓ) ସୁନାବେଡା ପୌର ପରିଷଦ ଅନ୍ତୋର୍ଗତ 20 ନମ୍ବର ୱାର୍ଡ ନନ୍ଦପୁର ରାସ୍ତା…

Koraput District Nominated for Prestigious Nanaji Deshmukh Rashtriya Gaurav Gram Sabha Puraskar
Koraput District Nominated for Prestigious Nanaji Deshmukh Rashtriya Gaurav Gram Sabha Puraskar Koraput district has been nominated for the esteemed…