ଜିଲ୍ଲାସ୍ତରୀୟ ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ୨୦୨୪ ପ୍ରସ୍ତୁତି ବୈଠକ କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) ଜିଲ୍ଲାଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ଷଢଙ୍ଗୀଙ୍କ ଅଧକ୍ଷତାରେ ଜାତୀୟ ଉପଲବ୍ଧି ପରୀକ୍ଷଣ ତଥା ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ୨୦୨୪ ର ଜିଲ୍ଲାସ୍ତରୀୟ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି l ଏହି ବୈଠକ ରେ ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ଯେଉଁ ବିଦ୍ୟାଳୟ ଗୁଡ଼ିକ ର ସ୍ଥିର ହୋଇଅଛି ସେହି ବିଦ୍ୟାଳୟ ର ଶିକ୍ଷାର୍ଥୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯେପରି ପୂର୍ବ ପ୍ରସ୍ତୁତ ରହିବା ସହ ଯତ୍ନବାନ ହେବାପାଇଁ ଆଲୋଚନା କରାଯାଇଥିଲା l ପିଲାମାନଙ୍କୁ ବିଭିନ୍ନ ଉନ୍ନତ ମାନର ପ୍ରଶ୍ନ ଗୁଡିକୁ ବାରମ୍ବାର ଅଭ୍ୟାସ କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା l ସେହି ବିଦ୍ୟାଳୟ ଗୁଡ଼ିକରେ ଆସନ୍ତା ଶନିବାର ଦିନ ମକ ଟେଷ୍ଟ କରାଯିବା ପାଇଁ ସ୍ଥିର କରାଯାଇଅଛି l ଏଥିସହ ୟୁ ଡାଇସ ପ୍ଲସ, ଅପାର ଆଇଡି, ୟୁନିଫର୍ମ ବଣ୍ଟନ ଓ ତାର ଖର୍ଚ୍ଚ ଚିଠା ଏବଂ ପି ଏମ ପୋଷଣ ମେସେଜ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା l ଏହି ବୈଠକ ରେ ଡି. ଆଇ.ଇ.ଟି ଅଧକ୍ଷ ଡ. ଶିବ ପ୍ରସାଦ ପଣ୍ଡା, ଜିଲ୍ଲା ବିଜ୍ଞାନ ସୁପରଭାଇଜର ଶ୍ରୀଯୁକ୍ତ ଅଶୋକ ପାତ୍ର, ସହ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିରୁପମା ଦୋରା, ଜିଲ୍ଲା ଶୈକ୍ଷିକ ସଂଯୋଜକ ଡ. ସୁରେଶ ଚନ୍ଦ୍ର ପ୍ରଧାନ, ପ୍ରୋଗ୍ରାମର ଶ୍ରୀଯୁକ୍ତ ଶେଖର ବେହେରା, ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷା ସଂଯୋଜିକା ଶ୍ରୀମତୀ ଭି. ସନ୍ଧ୍ୟା, ସମସ୍ତ ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ପ୍ରତ୍ୟେକ ବ୍ଲକ ରୁ ଦୁଇ ଜଣ ଲେଖାଏଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଉପସ୍ଥିତ ଥିଲେ l
Related Posts
କାଳବୈଶାଖୀ ଯୋଗୁଁ ଭୁବନେଶ୍ୱରରେ ଓଲ୍ହାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର
କାଳବୈଶାଖୀ ଯୋଗୁଁ ଭୁବନେଶ୍ୱରରେ ଓଲ୍ହାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଭୁବନେଶ୍ୱର:(Abhishek Mohanty) ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର। ଯାହା ଫଳରେ ଝାରସୁଗୁଡ଼ା…
ଏନ୍.ଏସ.ଏସ ଦିନ ପାଳନ ଅବସରରେ ଜମଲା ଡିଗ୍ରୀ କଲେଜ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ଓ ୩୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
ଏନ୍.ଏସ.ଏସ ଦିନ ପାଳନ ଅବସରରେ ଜମଲା ଡିଗ୍ରୀ କଲେଜ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ଓ ୩୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ବରଗଡ(ଭବାନୀ…
ଲରମ୍ଭା କଲେଜରେ ଯୁବରେଡକ୍ରସର ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।
ଲରମ୍ଭା କଲେଜରେ ଯୁବରେଡକ୍ରସର ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ବରଗଡ ୨୪,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା…