ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ।
ରାୟଗଡା :ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସମିତି କାର୍ଯ୍ୟାଳୟ ର ସଭାଗୃହରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି ।ଏଥିରେ ଜିଲାପାଳ ପାରୁଲ ପଟୱାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମିତି ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା , ଜିଲା ଆରକ୍ଷକ ସ୍ବାତି ଏସ କୁମାର ,ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା, (ପି ଏ ଆଇ ଟି ଡି ଏ ) ପ୍ରକଳ୍ପ ପ୍ରଶାସକ ଚନ୍ଦ୍ର କାନ୍ତ ମାଝୀ , (ପିଡ଼ି)ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଡୁ ,ଜିଲାମୁଖ୍ୟ ଚିକିତ୍ସାଅଧିକାରୀ ପ୍ରଦୀପ୍ତ କୁମାର ସୁବୁଦ୍ଧି ପ୍ରମୁଖ ମଞ୍ଚାସିନ ରହିଥିଲେ ।ଆଜି ୪୧ଟି ଅଭିଯୋଗ ଶୁଣାଣି ମଧ୍ୟରୁ ୨୧ଟି ବ୍ୟକ୍ତିଗତ ଓ ୧୯ଟି ଗୋଷ୍ଠୀ ଭିର୍ତ୍ତିକ ଶୁଣାଣି ହୋଇଛି ।କେନାଲ , କଲ୍ୟାଣସିଂହପୁର ଠାରୁ ଦେବଗିରି ପାହାଡ଼ ପର୍ଯ୍ୟନ୍ତ ଓସାରିଆ ରାସ୍ତା , କାଳୀସୁନ୍ଦରୀ ମନ୍ଦିର ଠାରୁ ବ୍ଲକ ପର୍ଯ୍ୟନ୍ତ ପୂର୍ତ୍ତବିଭାଗୀୟ ରାସ୍ତା ଉପରେ ବିଭାଜନକାରୀ କାନ୍ଥ ନିର୍ମାଣ ,କଲ୍ୟାଣ ମଣ୍ଡପ ଓ ଦେବଗିରି ପାନ୍ଥଶାଳା ଗ୍ରାମପଞ୍ଚାୟତ କୁ ହସ୍ତାନ୍ତର କରାଯାଉ ବୋଲି ଗୋଷ୍ଠୀ ଭିର୍ତ୍ତିକ ଅଭିଯୋଗ ହୋଇଥିବା ବେଳେ ବ୍ୟକ୍ତିଗତ ଭାବେ ଭତ୍ତା, ଆବାସ ଯୋଜନା,ରେସନକାର୍ଡ ବିଷୟ ନେଇ ଅଭିଯୋଗ ହୋଇଥିଲା । ଏଙ୍କେଟେଶ୍ୱ ପ୍ରେପକା ଙ୍କଚିକିତ୍ସା ପାଇଁ ଜିଲାପାଳ ରେଡ଼କ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ର ଚେକ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲାର ସମସ୍ତ ଜିଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ବେଳେ ବିଡ଼ିଓ ମନୀଷା ଦାସ ,ତହସିଲଦାର ରଞ୍ଜନ କୁମାର ମାନସେଠ ,ସହକାରୀଯନ୍ତ୍ରୀ ସବ୍ୟସାଚୀ ନାୟକ ,ଥାନା ଅଧିକାରୀ ନୀଳକଣ୍ଠ ବେହେରା ଓ ବ୍ଲକ କର୍ମଚାରୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ରାୟଗଡ଼ାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ