ଜିଡିଙ୍ଗ ସାହିରେ ବଜ୍ରାଘାତରେ ୧୪ ବର୍ଷ ବାଳକର ମୃତ୍ୟୁ——————————-କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ରେ ଅଦିନିଆ ବର୍ଷା କୁ ସାମାନ୍ୟ ଝଡ଼ ତଫାନରେ ବଜ୍ରାଘାତରେ ୧୪ ବର୍ଷର ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରିଆ ଗ୍ରାମ ପଞ୍ଚାୟତର ନିକଟସ୍ଥ ଜିଡିଙ୍ଗି ସାହି ଗ୍ରାମରେ । ପାବୁରିଆ ଜିଡିଙ୍ଗି ସାହିର ସନତ ପ୍ରଧାନଙ୍କ ଗୋଟାଏ ପୁଅ ଗାଙ୍ଗୁରାମ ପ୍ରଧାନ, ବୟସ ୧୪ ବର୍ଷ ସାମାନ୍ୟ ବର୍ଷା ସହିତ ଘଡ଼ଘଡ଼ି ସମୟରେ ଗାଙ୍ଗୁରାମ ପାଖରେ ଥିବା ଆମ୍ବ ଗଛକୁ , ଆମ୍ବ ଗୋଟାଇବା ପାଇଁ ଜାଇଥିଲା । ଆମ୍ବ ଗଛରେ ଥିବା ଠିକ ଏହି ସମୟରେ ହଠାତ୍ ବଜ୍ରାଘାତ ମାରିଥିଲା , ସେଥିରେ ଗାଙ୍ଗୁରାମ ଘଟଣା ସ୍ଥଳରେ ଅଚେତା ହୋଇ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ କହିଥିଲେ । ଘଟଣାସ୍ଥଳରେ ପହଞ୍ଚିଥିଲେ ଗାଙ୍କୁରାମ ର ବାପା ଓ ମାଆ ଓ ସ୍ଥାନିୟ ଲୋକମାନେ । ନିଜ ପୁଅକୁ ବଞ୍ଚେଇବା ପାଇଁ ଗାଙ୍ଗୁରାମ କୁ ପ୍ରଥମେ ୧୦୮ ଆମ୍ବୁଲାନ୍ସ ରେ ଯୋଗେ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା। ସେଥିରେ ଡ଼ାକ୍ତର ଗାଙ୍ଗୁରାମଙ୍କୁ ମୃତ୍ୟୁ ଘଷଣା କରିଥିଲେ । ଘଟଣାସ୍ଥଳରେ ସାରଙ୍ଗଡ ପୋଲିସି ପହଞ୍ଚି କେସ୍ ନମ୍ବର (ୟୁଡି ୩/୨୪ ରେ ଏକ ମାମଲା ରୂଜୁକରି ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି ଏଏସ୍ ଆଇ, ପ୍ରଭାତ କୁମାର ପାତ୍ର । ଏହି ଦୁଃଖଦ ଖବର ପାଇ ,ପାବୁରିଆ ଅଞ୍ଚଳରେ ସକାଳକୁ ପରିବେଶ ରେ ଶୋକ ର ଛାୟା ଖେଳି ଯାଇଛି ।
Related Posts
ଟିକାବାଲି ଉଚ୍ଚ ବିଦ୍ୟାଳୟ ଠାରେ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ
ଟିକାବାଲି ଉଚ୍ଚ ବିଦ୍ୟାଳୟ ଠାରେ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ…. ଟିକାବାଲି :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ଟିକାବାଲି ହାଇସ୍କୁଲ…
ଶଙ୍କରାଖୋଲ ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ରେଡ କ୍ରସ ଶିବିର ଅନୁଷ୍ଠିତ
ଶଙ୍କରାଖୋଲ ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ରେଡ କ୍ରସ ଶିବିର ଅନୁଷ୍ଠିତ କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ଗ୍ରାମପଞ୍ଚାୟତ…
ରାଶିନାଜୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଷଷ୍ଠ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
ରାଶିନାଜୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଷଷ୍ଠ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ… କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ପାଡାଙ୍ଗୀ ପଞ୍ଚାୟତ ନିକଟସ୍ଥ…