ଜାତୀୟ ସ୍ତରୀୟ ରକ୍ତଦାନ କର୍ମଶାଳାରେ ସ୍ନିଗ୍ଧାରାଣୀ ମିଶ୍ର ସମ୍ବର୍ଦ୍ଧିତ ସେମିଳିଗୁଡା ତାରିଖ ୧୬,୬,୨୦୨୪ ଉତ୍ତର ପ୍ରଦେଶର ନଏଡାରେ ଇନଷ୍ଟିଚ୍ୟୁଟ ଅଫ ବାୟୋଲୋଜିକାଲଠାରେ ୧୪,୬,୨୦୨୪ ରୁ ୧୬,୬,୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଫେଡେରେସନ ଅଫ ବ୍ଲଡ ଡୋନେସନ ଇଣ୍ଡିଆର ଜାତୀୟ କର୍ମଶାଳାରେ ସେମିଳିଗୁଡାର ବରିଷ୍ଠ ରକ୍ତଦାତା ଦମ୍ପତ୍ତି ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଓ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ଯୋଗଦେଇଥିଲେ।ହର ଘର ରକ୍ତଦାତା କାର୍ଯ୍ୟକ୍ରମରେ ୧୫୦ରୁ ଉର୍ଦ୍ଧ୍ବ ସଭ୍ଯ ୨୪ଟି ରାଜ୍ଯରୁ ଓ ପଡୋଶୀ ଦେଶମାନଙ୍କରୁ ଯୋଗ ଦେଇଥିଲେ। ସେଠାରେ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ଯପାଇଁ ଓଡିଶାରୁ ମହିଳା ରକ୍ତଦାତା ତଥା ପ୍ରବର୍ତ୍ତିକା ସ୍ନିଗ୍ଧାରାଣୀ ମିଶ୍ରଂକୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଥିଲା।ସାରା ଭାରତରୁ ସମୁଦାୟ ୪୦ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡିଶାରୁ ସ୍ନିଗ୍ଧାରାଣୀ ମିଶ୍ର ଓ ବ୍ରହ୍ମପୁରର ଇ.ତେଜେଶ୍ୱର ରାଓ ସମ୍ବର୍ଦ୍ଧିତ ହୋଇଥିଲେ।ଏହି ତ୍ରି ଦିବସୀୟ କର୍ମଶାଳାରେ ରକ୍ତଦାନ ସଂପର୍କିତ ସଂଦର୍ଭ ଉପସ୍ଥାପନ କରାଯାଇଥିଲା। ‘ରକ୍ତଦାନ କ୍ଷେତ୍ରରେ ମହିଳା ମାନଙ୍କ ଭୂମିକା’ ବିଷୟରେ ଶ୍ରୀମତୀ ମିଶ୍ର ସଂଦର୍ଭ ପାଠ କରିଥିଲେ।ଏନଆଇବି ଡାଇରେକ୍ଟର ,ଦିଲ୍ଲୀ ରାମକୃଷ୍ଣ ମିଶନର ମୂଖ୍ଯ ଓ ଏଫବିଡିଓଆଇର ସେକ୍ରେଟାରୀ ଜେନେରାଲ ଅପୂର୍ବ ଘୋଷ ଶ୍ରୀମତୀ ମିଶ୍ରଂକୁ ସମ୍ବର୍ଦ୍ଧିତ କରିଥିଲେ।
Related Posts

Voter awareness WALKATHON for first-time voters Sunabeda.
District Election Officer, Koraput orchestrated a voter awareness expedition, engaging all ROs and several first-time voters, with the aim of…

ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ
ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ଭୁବନେଶ୍ୱର: ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତ ହୋଇଛି। ୭୦ ବର୍ଷ ବୟସରେ କଟକ ଏସ୍ ସି ବି ରେ ଚିକିତ୍ସାଧୀନ ଅବସ୍ଥାରେ…

ମାଛକୁଣ୍ଡର ଆଳ ବିଦ୍ୟୁତ୍ ପ୍ରକଳ୍ପର ୨ଟି ଗେଟ୍ ଖୋଲିଲା
ମାଛକୁଣ୍ଡର ଆଳ ବିଦ୍ୟୁତ୍ ପ୍ରକଳ୍ପର ୨ଟି ଗେଟ୍ ଖୋଲିଲା ଲମତାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପର ୨ଟି ଗେଟ୍ ଖୋଲିଲା।ଲଗାଣ ବର୍ଷା ଯୋଗୁଁ ଜଳସ୍ତର…