ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଉଦଯାପିତ

ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଉଦଯାପିତ…

ଚକାପାଦ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ପୋଷ୍ୟ ଗ୍ରାମ ଗୁଡ୍ରିଗାଁ ରେ ଦୀର୍ଘ ୭ଦିନ ଧରି ହେବ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର ଉଦଯାପିତ ହୋଇଯାଇଛି l ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ପ୍ରଧାନଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା l ଏହି ଉଦଯାପିତ ସଭରେ ମୁଖ୍ୟ ଅତିଥିଭାବେ ଚକାପାଦ ବ୍ଲକ କୃଷି ଅଧିକାରୀ ଶ୍ରୀ ସମିର କୁମାର ବେହେରା ଯୋଗ ଦେଇଥିଲେ l ମୁଖ୍ୟ ବକ୍ତା ଭାବରେ ସ୍ଥାନୀୟ ଡାକ ବିଭାଗ ର ଅଧିକାରୀ ବିନଦ ଦଳେଇ ଯୋଗ ଦେଇଥିଲେ l ସ୍ୱତନ୍ତ୍ର ଶିବିର ରେ ଯୋଗ ଦେଇ ସମାଜ ସେବାରେ ନିୟୋଜିତ କରୁଥିବା ସ୍ବେଛାସେବୀ ମାନଙ୍କୁ ଧନ୍ୟବାଦ ଦେବା ସହିତ ଭବିଷ୍ୟତରେ ସୁସ୍ଥ ସମାଜ ଗଠନ କରିବାକୁ ଆହ୍ୱାନ ଦେଇଥିଲେ l ମୁଖ୍ୟ ଅତିଥି ଶ୍ରୀ ବେହେରା ଛାତ୍ର ଜୀବନ ରେ ସମାଜ ସେବା ଉପରେ ବକ୍ତବ୍ୟ ରଖିଥିଲେ l ମୁଖ୍ୟ ବକ୍ତା ଶ୍ରୀ ଦଳେଇ ଏବଂ ସନମ୍ମାନୀତ ଅତିଥି ଅଧ୍ୟାପକ ରାମକୃଷ୍ଣ ମହାନ୍ତି ସମାଜ ଓ ଦେଶ ପାଇଁ ଛାତ୍ର ଛାତ୍ରୀଙ୍କର ନୌତିକ ଦାୟିତ୍ୱ ସମ୍ୱନ୍ଦୀୟ ବକ୍ତବ୍ୟ ରଖିଥିଲେ l ଶିବିର ରେ ୫୦ଜଣ ସ୍ବେଛାସେବୀ ଶଙ୍କରା ଖୋଲ ଓ ପୋଷ୍ୟ ଗ୍ରାମ ଗୁଡ୍ରିଗାଁ ଗ୍ରାମରେ ସଫେଇ କାର୍ଯ୍ୟ ଓ ବୃକ୍ଷ ରୋପଣ, ନାରୀ ଶିକ୍ଷା,ବାଲ୍ୟ ବିବାହ, ଅନ୍ଦ ବିଶ୍ୱାସ,ଦୂରିକରଣ ସମ୍ପର୍କତ ସଚେତନତା କାର୍ଯ୍ୟକ୍ରମ ରେ ନିୟୋଜିତ କରିଥିଲେ l ପରିଷଦ ର ସଂଯୋଜକ ଅଧିକାରୀ ଶ୍ରୀ ବିଶ୍ୱ ମୋହନ ଜେନା ଏବଂ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ନଳିନୀ ପାଣିଗ୍ରାହୀ ଶିବିର ପରିଦର୍ଶନ ରେ ଆସି ସ୍ବେଛାସେବୀମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରୋଗ୍ରାମ ଅଫିସର ଶ୍ରୀ ପଣ୍ଡାଙ୍କୁ ଧନ୍ୟବାଦ ଦେଇଥିଲେ lଅନ୍ୟ ଅତିଥି ମଧ୍ୟରେ ଅଧ୍ୟାପକ ରାମକୃଷ୍ଣ ମହାନ୍ତି,ସଞ୍ଜୟ କୁମାର ନାୟକ, ସନ୍ୟାସୀ ଜେନା,ଏମ ବାଳକୃଷ୍ଣ ଦୋରା,ଗୀତାଞ୍ଜଳି ସାହୁ, ଅରବିନ୍ଦ ପଟ୍ଟନାୟକ,ବି ପି ନିତାନ୍ତ ପ୍ରଧାନ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଅତିଥିମାନଙ୍କ ଦ୍ୱାରା ସ୍ବେଛାସେବୀ ମାନଙ୍କୁ ମାନପତ୍ର ବଣ୍ଟନ କରାଯାଇଥିଲା l ଶ୍ରୀ ଶିବାରମ ପ୍ରଧାନ ଅତିଥି ପରିଚୟ କରିଥିବା ବେଳେ ଶ୍ରୀ ବୈକୁଣ୍ଟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *