ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶିବିର ଉଦଯାପନୀ ଉତ୍ସବ….
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) ଟିକାବାଲି ବ୍ଳକ ଅନ୍ତର୍ଗତ ଗୁଟିଙ୍ଗିଆ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ଶୀତକାଳୀନ ସ୍ଵତନ୍ତ୍ର ଶିବିର ତା. 20.01.2025 ରୁ ଆରମ୍ଭ ହୋଇ 26.01.2025 ରବିବାର ଦିନ ଉଦଯାପନୀ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ବାଦଲ କୁମାର ପାଲ୍ ଙ୍କ ଅଧ୍ୟକ୍ଷତାରେ ସଭାଟି ପରିଚାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜି ଉଦୟଗିରି OAVS Principal ଶ୍ରୀଯୁକ୍ତ ରାଜକିଶୋର ପ୍ରଧାନ ଯୋଗ ଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ହୃଦୟ କୁମାର ପ୍ରଧାନ, ସମ୍ପାଦକ କିଶୋର ଚନ୍ଦ୍ର ସାହୁ ଏବଂ ଗୁଟିଙ୍ଗିଆ ସ୍କୁଲର ଅବସର ପ୍ରାପ୍ତ PET ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଏଥି ସହିତ ଗୀତାଞ୍ଜଳି ପ୍ରଧାନ, ଶୁଭଶ୍ରୀ ରାଉତ, ସୂର୍ଯ୍ୟ କୁମାର ପ୍ରଧାନ, ପ୍ରକାଶ ଚନ୍ଦ୍ର ପ୍ରଧାନ, ପ୍ରଦୀପ ପ୍ରଧାନ, କାମାକ୍ଷା ପ୍ରସାଦ ପ୍ରଧାନ ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଥିଲେ । ସଭାରେ ଶିବିରାଥି ମାନଙ୍କୁ NSS ଲକ୍ଷ୍ୟ, ଉଦ୍ଦେଶ୍ୟ, କାର୍ଯ୍ୟ ଏବଂ ସେବା କରିବାର ମହତ୍ତ୍ୱକୁ ମୁଖ୍ୟ ଅତିଥି ବୁଝାଇଥିଲେ । ଶେଷରେ NSS କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଶ୍ରବଣ କୁମାର ଗୌଡ଼ ଶିବିରର ବିବରଣୀ ପାଠ କରିବା ସହିତ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।