ଜାତୀୟ ଖୋ ଖୋ ଟିମ୍ର ପ୍ରାୟୋଜକ ହେବେ ଓଡ଼ିଶା ସରକାର! ୩ ବର୍ଷ ପାଇଁ ଜାତୀୟ ଖୋ ଖୋ ଟିମ୍ର ସ୍ପନସର୍ ରହିବ ଓଡ଼ିଶା .ସ୍ପନସର୍ ପାଇଁ ବର୍ଷକୁ ୫ କୁ ୧୫ କୋଟି ଖର୍ଚ୍ଚ ହେବ. ସ୍ପନସର୍ ଲାଗି ଅର୍ଥ ପ୍ରଦାନ କରିବ ଓଡ଼ିଶା ଖଣି ନିଗମ. ପୂର୍ବରୁ ଓଡ଼ିଶା ଜାତୀୟ ହକି ଦଳର ପ୍ରାୟୋଜକ ଅଛି !ଦେଶର ‘ଖୋ ଖୋ’ ଖେଳ ପାଇଁ ଆସିଛି ଏକ ସୁବର୍ଣ୍ଣ ସମୟ। ଓଡିଶା ସରକାର ଏହି ଖେଳକୁ ଯୋଗାଇ ଦେବେ ଆର୍ଥିକ ପ୍ରୋତ୍ସାହନ।
ପୂର୍ବରୁ ଜାତୀୟ ହକି ଖେଳକୁ ଓଡିଶା ସ୍ପନସର୍ କରୁଥିବାବେଳେ, ଏବେ ‘ଖୋ ଖୋ’ ଖେଳକୁ ମଧ୍ୟ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।