ଜ଼ିଲ୍ଲା ଖଣିଜ ପାଣ୍ଠି ରୁ ଲକ୍ଷ ଲକ୍ଷ ଟଙ୍କା ରେ ଘୋରେଇ ରିସୋର୍ଟ କୁ ପକା ରାସ୍ତା କାହାର ସ୍ୱାର୍ଥ ପାଇଁ

ଜ଼ିଲ୍ଲା ଖଣିଜ ପାଣ୍ଠି ରୁ ଲକ୍ଷ ଲକ୍ଷ ଟଙ୍କା ରେ ଘୋରେଇ ରିସୋର୍ଟ କୁ ପକା ରାସ୍ତା କାହାର ସ୍ୱାର୍ଥ ପାଇଁ
ରାୟଗଡା : ଜ଼ିଲ୍ଲା ଖଣିଜ ପାଣ୍ଠି ରୁ ପାଣି ପରି ଟଙ୍କା ଖର୍ଚ୍ଚ କରାଯାଇଛି ଗତ ବିଜେଡି ସରକାର ଙ୍କ ସମୟରେ l ଏକ ଘୋରେଇ ରିସର୍ଟ କୁ ଅନୁକୋମ୍ପା ପ୍ରଦର୍ଶନ ପୂର୍ବକ ସରକାରୀ ଟଙ୍କା ରୁ ରାସ୍ତା ନିର୍ମାଣ କରାଯାଇଛି l ସୂଚନା ଯୋଗ୍ୟଯେ ରାୟଗଡା ବ୍ଲକ ର ଓଡିଶା ଆନ୍ଧ୍ର ପ୍ରଦେଶ ସୀମାନ୍ତଶେଷଖାଲ ଥାନା ଆନ୍ତର୍ଗତ କେରଡା ପଂଚାୟତ ର ଅନିଜା ଗାଁ ନିକଟରେ l ଗତ ବର୍ଷ 2023 ଅକଟୋବର 20 ତରିଖ ରେ ଅନିଜା ଗାଁ ଠାରୁ ଏକ ପକା ଵିଟ ରାସ୍ତା କାମ ଆରଂଭ ହୋଇ ଚଳିତ ବର୍ଷ 2024 ଫେବୃଆରୀ 19 ତାରିଖ ରେ ଶେଷ ହୋଇଛି l ଜ଼ିଲ୍ଲା ଖଣିଜ ପାଣ୍ଠି ରୁ 91 ଲକ୍ଷ 44 ହଜାର 157 ଟଙ୍କା ଖର୍ଚ୍ଚ କରି ରାୟଗଡା ଆଇ ଟି ଡି ଏ ଏହି ରାସ୍ତା କାମ କରିଥିବା ଅନିଜା ଗାଁ ମୁଣ୍ଡରେ ଥିବା ସୂଚନା ଫଳକ ଟେ ଦର୍ଶା ଯାଇଛି l ତତ୍କାଳୀନ ବିଜେଡି ସରକାର ଙ୍କ ର ଏକ ନେତା ଓ ତୃତୀୟ ମୋହଲା ରେ ଏକ ଭାରତୀୟ ପ୍ରସାଶନିକ ଅଧିକାରୀ ଙ୍କ ଚାପ ର ବସବର୍ତ୍ତୀ ହୋଇ ପୂର୍ବତନ ଜ଼ିଲ୍ଲାପାଳ ସ୍ଵଧା ଦେବ ସିଂ ଏହିପରି ଅନିଜା ଗୋଲ୍ଫ ରିସର୍ଟ କୁ ରାସ୍ତା ନିର୍ମାଣ ନିମନ୍ତେ ନିର୍ଦେଶ ଦେଇଥିବା ଖବର ମିଲଛି l ଅନିଜା ଗାଁ ର ଶେଷ ମୁଣ୍ଡରେ ନାଗାବଳି ନଦୀ କୂଳରେ ଆନ୍ଧ୍ର ବିଶାଖପାଟଣା ଏକ ବ୍ୟକ୍ତି ଏହି ରିସର୍ଟ କୁ ନିର୍ମାଣ କରିଛନ୍ତି l ପୂର୍ବରୁ ରିସର୍ଟ କୁ ଯାତାୟାତ ପାଇଁ ରାସ୍ତା ନଥିଲା l ରିସର୍ଟ ମାଲିକ ରାୟଗଡା ଜ଼ିଲ୍ଲା ର ଏକ ବିଜେଡି ନେତାଙ୍କ ସହିତ ଅତି ନିବିଡ଼ ସମ୍ପର୍କ ରହିଥିବା ରୁ ସେହି ନେତା ପୂର୍ବତନ ଜ଼ିଲ୍ଲାପାଳ ଙ୍କୁ ଚାପ ପ୍ରୟୋଗ କରି ରାସ୍ତା ନିର୍ମାଣ ରେ ସକ୍ଷମ ହୋଇପାରିଲେ ବୋଲି ଆଲୋଚନା ଚାଲିଛି l ରାଜନୈତିକ ଚାପ ର ବାସବର୍ତ୍ତୀ ହୋଇ ତତ୍କାଳୀନ ଜ଼ିଲ୍ଲାପାଳ ଡି ଏମ ଏଫ ଫଣ୍ଡ ରୁ ରାସ୍ତା ନିର୍ମାଣ ପାଇଁ ରାୟଗଡା ଆଇ ଟି ଡି ଏ କୁ ନିର୍ଦେଶ ଦେଇଥିଲେ ବୋଲି ଜଣାପଡିଛି l ଏହି ରାସ୍ତା ନିର୍ମାଣ ଦ୍ୱାରା କୌଣସି ଗାଁ କିମ୍ବା ସାହି କୁ ସଂଯୋଗ ହୋଇନାହିଁ ସିଧା ରିସର୍ଟ ପର୍ଯ୍ୟନ୍ତ ଲମ୍ବିଛି l କାହାର ସ୍ୱାର୍ଥ ନିମନ୍ତେ ଏହି ରାସ୍ତା ନିର୍ମାଣ ହୋଇଛି ବୋଲି ଜନସାଧାରଣ ଟେ ପ୍ରଶ୍ନ ଉଠିଛି l ଆଜି ପର୍ଯ୍ୟନ୍ତ ବିଭିନ୍ନ ଗାଁ କୁ ରାସ୍ତା ଟିଏ ନାହିଁ ଯେଉଁ ଗାଁ କୁ ରାସ୍ତା ନାହଁ ସେହି ଗାଁ କୁ ରାସ୍ତା ନିର୍ମାଣ ହୋଇଥିଲେ ଗ୍ରାମ ବାସି ଉପକୃତ ହୋଇପାରିଥାନ୍ତେ ବୋଲି ଲୋକେ ଆଲୋଚନା କରୁଛନ୍ତି l ଏହି ରାସ୍ତା ନିର୍ମାଣ ବିଷୟରେ ରାୟଗଡା ର ବିଧାୟକ ଆପାଲସ୍ୱାମୀ କାଡ୍ରକା ଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଲେ ଯେ ଏହି ରାସ୍ତା ପୂର୍ବତନ ବିଜେଡି ସରକାର ଙ୍କ ଅମଳ ରେ ରାସ୍ତା ନିର୍ମାଣ ହୋଇଛି ଏହି ରାସ୍ତା ସମ୍ପର୍କ ରେ କିଛି ଜାଣିନାହଁ କି କେଉଁଠାକୁ ରାସ୍ତା ଯାଇଛି ଦେଖିନାହିଁ ମୁଁ ଏହି ବିଷୟରେ ଜ଼ିଲ୍ଲାପାଳ ଓ ପି ଇ ଆଇ ଟି ଡି ଏ ଙ୍କ ସହିତ ଆଲୋଚନା କରିବି କହିଲେ l ରାୟଗଡା ଜ଼ିଲ୍ଲା ର ଅନେକ ଗ୍ରାମ କୁ ବର୍ତମାନ ସୁଦ୍ଧା ରାସ୍ତା ନାହିଁ କିନ୍ତୁ ପୂର୍ବତନ ଜ଼ିଲ୍ଲାପାଳ କିପିରି ଏହି ରିସର୍ଟ ନିମନ୍ତେ ରାସ୍ତା ନିର୍ମାଣ ପାଇଁ ଆଦେଶ ଦେଇଥିଲେ ବୋଲି ଜନସାଧାରଣ ରେ ଆଲୋଚନା ଚାଲିଛି l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *