କୋରାପୁଟ:ପ୍ରକଳ୍ପ ଅଧିକାରୀ ଶାନ୍ତୁନୁ ମହାପାତ୍ରଙ୍କ ଜୟପୁରସ୍ଥିତ ତିନି ମହଲା କୋଠାରେ ଚଢ଼ାଉ କରାଯିବା ସହ ଅନ୍ୟ ସହକର୍ମୀ ସହକାରୀ ଯନ୍ତ୍ରୀ ମୋହନ ମଣ୍ଡଳ,ଡାଟା ଏଣ୍ଟ୍ରି ଅପରେଟର ଅଭିଜିତ ମଣ୍ଡଳ, ଠିକା କର୍ମଚାରୀ ଅମୀୟ ସାହୁ, ମାଲାକନଗିରି ଜଳ ବିଭାଜିକା କାର୍ଯ୍ୟାଳୟ, କଟକ ଜିଲ୍ଲାର ନୁଆପଡାର ପୈତୃକ ଘର, ଭୁବନେଶ୍ବରର ସଂପକ୍ରୀୟଙ୍କ ଘରେ ଚଢ଼ାଉ ଏକାସଂଗେ କରାଯାଉଛି। ଶ୍ରୀ ମହାପାତ୍ରଙ୍କ ଘରେ ଭିଜିଲାନସ ଟିମ ଟଂକା ଦେଖି ଆଖି ଟେରା ହୋଇଯାଇଛି। ନଗଦ ୨ କୋଟି ଟଂକା ମିଳିଥିବା ସୂଚନା ମିଳିଛି। ଏଥିସହ ୩୦୦ ଗ୍ରାମ ସୁନା, ୬୦୦୦ ବର୍ଗ ଫୁଟର ୩ ମହଲା କୋଠାଘର, ୪ଟି ଦାମୀ ପ୍ଲଟ ଭୁବନେଶ୍ବର ଏବଂ ଜୟପୁରରେ, ଭୁବନେଶ୍ବର ହଂସପାଳରେ ୩୩ ଡିସିମିଲର ପ୍ଲଟ, ଜୟପୁରୁରେ ଦୁଇଟି ପ୍ଲଟ, ୫୫ ଡିସିମିଲ ଜମି ଜୟପୁରରେ, ଗୋଟିଏ କାର, ଦୁଇଟି ମଟର ବାଇକ୍, ବ୍ୟାଙ୍କରେ ଟଂକା ଜମା ଏବଂ ଜୀବନ ବୀମା ନେଇ ତଦନ୍ତ ଚାଲିଥିବା ଜଣାପଡିଛି। ସେହିପରି ଅନ୍ୟ ସହଯୋଗୀମାନଙ୍କ ଘରେ ମଧ୍ୟ ଟଂକା ଏବଂ ଅନ୍ୟ ସାମଗ୍ରୀ ମିଳିଥିବା ସୂଚନା ମିଳିଛି।
ଜଳ ବିଭାଜିକାର ପ୍ରକଳ୍ପ ନିର୍ଦେଶକ ତଥା ମୃତ୍ତିକା ସଂରକ୍ଷଣର ପ୍ରକଳ୍ପ ଅଧିକାରୀ ଶାନ୍ତୁନୁ କୁମାର ମହାପାତ୍ରଙ୍କ ଘରେ ଭିଜିଲାନସ୍ ଚଢଉ କରିଛି।
