ଜମିହରାଙ୍କୁ ପ୍ରତାରଣା କରୁଛି ଆଦିତ୍ୟ ଆଲୁମିନା ପ୍ରକଳ୍ପ( ଉଦ୍ୟଗପତି ଙ୍କୁ କରଖାନ ପ୍ରତିଷ୍ଠା ପାଇଁ ଶାଗ ମାଛ ଦରରେ ଜମି ଦିଅ ଆଉ ଦାଦନ ଖଟିବା କୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କର । ଏ ହେଉଛି ଶିଳ୍ପ ସମୃଦ୍ଧି କାଶୀପୁର ର ବାସ୍ତବ ଚିତ୍ର )
ରାୟଗଡ଼ା,୧୪/୧୨(ପ୍ରଫୁଲ୍ଲ କୁମାର ବେହେରା) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ହେଉଛି ଜିଲ୍ଲା ମଧ୍ୟରେ ଏକ ଶିଳ୍ପ ସମୃଦ୍ଧି ଅଞ୍ଚଳଭାବେ ପରିଚିତ । ଅଞ୍ଚଳରେ ପ୍ରଚୁର ପରିମାଣରେ ଖଣି ଭରିରହିଥିବା ବେଳେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶିଳ୍ପ କାରଖାନା ମଧ୍ୟ ରହିଛି । କିନ୍ତୁ ପରିତାପ ଏହି କି ଅଞ୍ଚଳରେ କାମ ଧନ୍ଦା ନ ପାଇ ପେଟ ପାଟଣା ପାଇଁ ପର ରାଜ୍ୟ ଉପରେ ଦାଦାନ ଖଟି ମୃତ୍ୟୁ ମୁଖରେ ପଡିରହୁଥିବା ସର୍ବାଧିକ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ପୁଣି ଦେଶର ଏକ ପ୍ରତିଷ୍ଠିତ କମ୍ପାନୀ କାଶୀପୁର ବ୍ଲକ ଅନ୍ତର୍ଗତ କଂସାରିଗୁଡା ମୌଜାରେ ଏକ ବୃହଦ କାରଖାନା ପ୍ରତିଷ୍ଠା ଏବଂ ଅଞ୍ଚଳବାସୀ ଙ୍କୁ ଦାଦାନ ରୁ ମୁକ୍ତ କରିବାର ପ୍ରତିଶ୍ରୁତି ଦେଇ ଦିର୍ଘ ୧୮/୧୯ ବର୍ଷ ଧରି ଅଞ୍ଚଳ ବାସୀଙ୍କୁ ମାନସିକ ଓ ଆର୍ଥିକ ପ୍ରତାରଣା ଦେଇ ଆସୁଅଛି । ସେହି କମ୍ପାନୀ ହେଉଛି “ଆଦିତ୍ୟ ଆଲୁମିନା କମ୍ପାନୀ ଲିଃ” । ଅଞ୍ଚଳରେ ଆର୍ଥିକ ଓ ସାମାଜିକ ଅବିବୃଦ୍ଧି କରାଇବା ର ସପ୍ନ ଦେଖାଇ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଓ କୋରାପୁଟ ଜିଲ୍ଲା ଲଷ୍ମୀପୁର ବ୍ଲକ ର ସୀମାନ୍ତ ରେ ଥିବା ପ୍ରାୟ ୧୨ ଖଣ୍ଡ ଗ୍ରାମ ର ୨୫ ଶହ ଏକର ଉର୍ଦ୍ଧ ଚାଷଜମି କୁ ସରକାର ସହାୟତା ରେ ଚଞ୍ଚକତାର ସହ ଅଧିଗ୍ରହଣ କରି ନେଇଥିଲା । କିନ୍ତୁ ଅଞ୍ଚଳବାସୀ ଙ୍କର ଦୁର୍ଭାଗ୍ୟ ଜମିହରା ହୋଇ ଲୋକେ ଆଜି କୁ ୨୦ ବର୍ଷ ପୂର୍ତ୍ତି ହେବାକୁ ବସିଲାଣି କିନ୍ତୁ ଉକ୍ତ କମ୍ପାନୀ ଅଞ୍ଚଳ ରେ ଲୋକଙ୍କୁ ଚାଷ କରି ବଞ୍ଚିବା ଦେଉଛି ନା ଅଧିଗ୍ରହଣ ଜମିରେ କାରଖାନା ପ୍ରତିଷ୍ଠା କରି ରୋଜଗାର ଦେଉଛି । କେବଳ ଅଞ୍ଚଳ ର ହାତଗଣତି କିଛି ଟାଉଟର ଙ୍କୁ ରଖି କେବଳ ଅଞ୍ଚବାସୀ ଙ୍କୁ ଭୁଆଁ ବୁଲେଇ ଚାଲିଥିବା ଦେଖିବାକୁ ମିଳୁଛି । ଉକ୍ତ ଘଟଣା କୁ ନେଇ ଅଞ୍ଚଳବାସୀ ପ୍ରଶାସନ ଠାରୁ ନେତା ଓ ମନ୍ତ୍ରୀ ତଥା ସରକାର ଙ୍କୁ ବାରମ୍ବାର ଅବଗତ କରାଇଥିଲେ ସୁଦ୍ଧା କୌଣସି ସୁଫଳ ହେଇପାରିନାହିଁ । ଏଭଳି ଅବସ୍ଥାରେ ମନରେ ଥିବା ଦୀର୍ଘଦିନ ର ଆକ୍ରସ କୁ ଅଞ୍ଚଳର ଜମିହରା ଓ ବିସ୍ଥାପିତ ପରିବାର ର ଶତାଧିକ ମହିଳା, ପୁରୁଷ ଓ ଯୁବାବର୍ଗ ଏକତ୍ରିତ ହେଇ ଶୁକ୍ରବାର ଦିନ ଠାରୁ ଫୁଲଜବା ସ୍ଥିତ ଆଦିତ୍ୟ ଆଲୁମିନା କାର୍ଯ୍ୟଳୟ ସମ୍ମୁଖରେ କାରଖାନା ନିର୍ମାଣ ଓ ରୋଜଗାର ଓ ଥଇଥାନ ଦାବି ନେଇ ଧାରଣା ରେ ବସିଥିଲେ । ଏବଂ ସୋମବାର ସୁଧ ଉକ୍ତ ଦାବି ଉପରେ ନିଷ୍ପତ୍ତି ଗ୍ରହଣ କରିବାକୁ ଧର୍ଯ୍ୟ ସମୟ ଦେଇଥିବା ଜଣାପଡିଛି । ପୁଣି ସମସ୍ୟା ର ସ୍ଥାୟୀ ସମାଧାନ ପ୍ରତି କମ୍ପାନୀ କର୍ତ୍ତୃପକ୍ଷ ,ପ୍ରଶାସନ ପୁଣି ସରକାର ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ବେକାରୀ ଯୁବଗୋଷ୍ଠି ସହ ଜମିହରା ଓ ବିସ୍ଥାପିତ ପକ୍ଷରୁ ଆନ୍ଦୋଳନ ବ୍ୟାପକ ଭାବେ ଆରମ୍ବ ହେବ ବୋଲି ଚେତାବନୀ ଦେଇଛନ୍ତି ।