ଜନ ସେବା ସୁନିଶ୍ଚିତ ଆଇନ ଓ ସୂଚନା ସେବା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ରାୟଗଡା : ରାୟଗଡା ବ୍ଳକ ସଦଭାବନା ଗୃହ ଠାରେ ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପଞ୍ଚାୟତ ଅଧିକାରୀ ସୂର୍ଯ୍ୟନାରାୟଣ ମହାରଣା, ଏବିଡିଓ କାଳୁ ଚରଣ ନାୟକ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଗୋପାଳ ପଣ୍ଡା, ଶିକ୍ଷକ ନୀଳାଞ୍ଚଳ ମିଶ୍ର ଓ ବୈଷୟିକ ସଂଯୋଜକ ଯୋଗେନ୍ଦ୍ର ନାୟକ ସମ୍ବଳ ବ୍ଯକ୍ତି ଭାବେ ଯୋଗଦେଇଥିଲେ । ସରକାରଙ୍କ ବହୁମୂଖୀ ଯୋଜନା ଓ ସେବା ଯେପରି ନାଗରିକଙ୍କ ନିକଟରେ ସହଜରେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ପହଞ୍ଚିପାରିବ, ତାହା ଆଲୋଚିତ ହୋଇଥିଲା ।ଗ୍ରାମ ପଞ୍ଚାୟତ ଗ୍ରାମାଞ୍ଚଳରେ ୨୯ ପ୍ରକାର ସେବା ପ୍ରଦାନ କରିଥାନ୍ତି । ଏହା ବ୍ଯତିତ ଅନ୍ୟ ବିଭାଗ ସେମାନଙ୍କ ବିଭାଗୀୟ ସେବା ପ୍ରଦାନ କରିଥାନ୍ତି । ସୁଶାସନ ନିମନ୍ତେ ସୁସେବା ସହ ସୂଚନା ସେବା ଅପରିହାର୍ଯ୍ଯ। ଲୋକଙ୍କ ଆବଶ୍ୟକତାକୁ ଭିତ୍ତିକରି ଉତ୍ତମ ସେବା ପ୍ରଦାନ ସହ ନିଜସ୍ବ ନିଷ୍ପତ୍ତି ନେବାରେ ସଚେତନ କରାଇବା ସୁଶାସନର ପରିସରଭୁକ୍ତ ଅଟେ । ଏହି ପରିପ୍ରେକ୍ଷୀରେ ଗ୍ରାମ ପଞ୍ଚାୟତ ତଥା ବିଭିନ୍ନ ବିଭାଗ ତରଫରୁ ବିଭିନ୍ନ ସେବା ପ୍ରଦାନ ନିମନ୍ତେ ଧାର୍ଯ୍ଯ ସମୟସୀମାର ଚାର୍ଟର ପ୍ରୋଜେକ୍ଟର ମାଧ୍ୟମରେ ଅବଗତ କରାଯାଇଥିଲା । ସେବା ପ୍ରଦାନରେ ସମାନତା, ସମୟ ଭିତ୍ତିକ, ସ୍ବଚ୍ଛତା, ନୀୟମଭିତ୍ତିକ, ସମାଜର ଅବହେଳିତ ବର୍ଗ ଅନୁକୂଳ, ଟେକ୍ନୋଲୋଜି ସମ୍ମିଳିତ, ସ୍ଥାନୀୟକରଣ ସୁନିଶ୍ଚିତ କରିବା ଜରୁରୀ ବୋଲି ସଂବଳ ବ୍ଯକ୍ତି ବୃନ୍ଦ ଆଲୋଚନା କରିଥିଲେ ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ଦଶମ ଗଜପତି ଜିଲ୍ଲା ସ୍ତରୀୟ ଜୁନିଅର ରେଡ଼କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ
ଦଶମ ଗଜପତି ଜିଲ୍ଲା ସ୍ତରୀୟ ଜୁନିଅର ରେଡ଼କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ ଗଜପତି(ଆର,ଉଦୟଗିରି (ମନୋଜ କୁମାର ପାଢ/ ତା 27/11/2024 ରିଖ ବୁଧବାର ଦିନ…

ରାଇକିଆ ବିଜେପି ମଣ୍ଡଳ ସଭାପତି ହେଲେ ଶ୍ରୀ ସନ୍ତୋଷ କୁମାର ପାତ୍ର
ରାଇକିଆ ବିଜେପି ମଣ୍ଡଳ ସଭାପତି ହେଲେ ଶ୍ରୀ ସନ୍ତୋଷ କୁମାର ପାତ୍ର…. ରାଇକିଆ : (ରିପୋର୍ଟ କୁନା ଦିଗାଲ ) ତା -୦୬/0୧/୨୦୨୫-ରାଇକିଆ ବ୍ଲକର ନୂତନ ବିଜେପି…

ପୁରୀ ବାଣ ବିସ୍ଫୋରଣ ଘଟଣାରେ ୪ ବାଣ ବ୍ୟବସାୟୀ ଅଟକ
ପୁରୀ ବାଣ ବିସ୍ଫୋରଣ ଘଟଣାରେ ୪ ବାଣ ବ୍ୟବସାୟୀ ଅଟକ ପୁରୀ: (ଅଭିଷେକ ମହାନ୍ତି)ପୁରୀ ଜିଲ୍ଲା ବାଣ ବିସ୍ଫୋରଣ ଘଟଣାରେ ନିମାପଡ଼ା ଚାରିଛକ ଅଞ୍ଚଳର ୪ ଜଣ…