ଛେଲାଗଡ଼ କପିଳେଶ୍ୱର ମନ୍ଦିରରେ କାର୍ତ୍ତିକ ମାସର ପ୍ରାରମ୍ଭରେ ମାସବ୍ୟାପି ହୋମ ଯଜ୍ଞ ନାମ ଯଜ୍ଞ ଓ ଅନ୍ନ ଯଜ୍ଞ ଆରମ୍ଭ ।

ଛେଲାଗଡ଼ କପିଳେଶ୍ୱର ମନ୍ଦିରରେ କାର୍ତ୍ତିକ ମାସର ପ୍ରାରମ୍ଭରେ ମାସବ୍ୟାପି ହୋମ ଯଜ୍ଞ ନାମ ଯଜ୍ଞ ଓ ଅନ୍ନ ଯଜ୍ଞ ଆରମ୍ଭ ।

ଆର,ଉଦୟଗିରି(ମନୋଜ କୁମାର ପାଢୀ) – ପବିତ୍ର କାର୍ତ୍ତିକ ମାସ ରେ ସମସ୍ତ ଶୈବ ପୀଠ ଓ ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ । ତତ୍ ସହିତ ଅନେକ ପୂଜାର୍ଚ୍ଚନା ସହ ସଙ୍କୀର୍ତ୍ତନ ଲାଗିରହିଥିବା ଦେଖିବାକୁ ମିଳିଛି । ସେହିପରି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ ଛେଲାଗଡ ଠାରେ ଥିବା କପିଳେଶ୍ୱର ଙ୍କ ପୀଠରେ ଆଜି ଆରମ୍ଭ ହୋଇଯାଇଛି ହୋମ ଯଜ୍ଞ ,ନାମ ଯଜ୍ଞ ଓ ଅନ୍ନ ଯଜ୍ଞ । ଟୁଲୁ ପୁରୋହିତ ଙ୍କ ମନ୍ତ୍ର ପାଠରେ କମ୍ପି ଉଠୁଚି କପିଳେଶ୍ୱର ଙ୍କ ମନ୍ଦିର ପ୍ରାଙ୍ଗଣ । ଶତାଧିକ ଭକ୍ତଙ୍କ ସମାଗମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି କପିଳେଶ୍ୱର ଙ୍କ ପୀଠ । ଏହି ହୋମ ଯଜ୍ଞ କାର୍ତ୍ତିକ ମାସ ସାରା ହେବାସହ ଅନ୍ନ ଯଜ୍ଞ ମଧ୍ୟ ଲାଗିରହିବ ବୋଲି କହିଛନ୍ତି ମନ୍ଦିର କମିଟି ବୃନ୍ଦ । ଏହା ଏକ ପ୍ରସିଦ୍ଧ ଓ ପ୍ରତ୍ୟେକ୍ଷ ପୀଠ ହୋଇଥିବା ହେତୁ ଅଞ୍ଚଳ ତଥା ବହୁଦୂର ଦୁରାନ୍ତ ରୁ ଭକ୍ତଙ୍କ ଶୁଆ ଛୁଟୁଛି । ମନ୍ଦିରଟି ରତଙ୍ଗ ପର୍ବତ ମାଲାରେ ଥିବା ରୁ ପ୍ରାକୃତିକ ସୋନ୍ଦର୍ଯ୍ୟରେ ଭରପୁର ହୋଇରହିଛି । ଏଠାରେ ଠାକୁରଙ୍କ ଦର୍ଶନ ଲାଭ କରିବା ସହ ନିଜ ମାନକୁ ଶାନ୍ତ ଓ ନିର୍ମଳ କରନ୍ତି । ଏହି ଉତ୍ସବ ଅଞ୍ଚଳର ବହୁ ଭତମାନେ ଯୋଗ ଦେଇ ଠାକୁରଙ୍କ ଆଶୀର୍ବାଦ ଲାଭ କରିଥିଲେ ।

Leave a Reply

Your email address will not be published. Required fields are marked *