ଛୁରୀ ମାଡରେ ଠିକାଦାର ଙ୍କ ମୃତ୍ୟୁ।

ଛୁରୀ ମାଡରେ ଠିକାଦାର ଙ୍କ ମୃତ୍ୟୁ।

ଛୁରା ମାଡ଼ରେ ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ଲାଞ୍ଜିପଲ୍ଲୀ ଚାଣକ୍ୟ ନଗର ଅଞ୍ଚଳର ଠିକାଦାର ଟି.ରାମଚନ୍ଦ୍ର ପାତ୍ରଙ୍କ ମୃତ ହୋଇଛି । ଚନ୍ଦନ ସାବତ (ପପୁନ) ନାମକ ଜଣେ ଯୁବକ ତାଙ୍କୁ ଛୁରୀ ଭୂଷିଥିବା ହତ୍ୟା କରିଥିବା ଅଭିଯୋଗ ହୋଇଛି। ହୋଲି ଖେଳିବା ପରେ ରାମ ନିଜ ଘରେ ଅନ୍ୟ ଏକ ସାଙ୍ଗସହ ବସି କଥା ହେଇଥିବା ବେଳେ ଚନ୍ଦନ ଆସିଥିଲା । କିଛି ସମୟ ପରେ କୌଣସି କାରଣକୁ ନେଇ ଚନ୍ଦନ ଓ ରାମ ମଧ୍ୟରେ ବଚସା ହୋଇଥିଲା । ପରେ ଚନ୍ଦନ ଏକ ଛୁରୀ ସାହାଯ୍ୟରେ ରାମଙ୍କ ବେକକୁ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ରାମ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ମଦ ପିଇବାକୁ ଟଙ୍କା ନଦେବାରୁ ଚନ୍ଦନ ଛୁରୀ ଭୂଷି ଏଭଳି କାଣ୍ଡ କରିଥିବା ଶୁଣିବାକୁ ମିଳୁଛି । ବର୍ତ୍ତମାନ ସ୍ଥାନୀୟ ଲୋକେ ଅଭିଯୁକ୍ତକୁ କାବୁ କରି ନିର୍ଧୁମ ଛେଚିଛନ୍ତ। ଖବର ପାଇ ବୈଦ୍ୟନାଥ ପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ଚନ୍ଦନ କୁ ଥାନା ରେ ରଖି ଜେରା କରିବା ସହ ଘଟଣାର ତଦନ୍ତ ଚଳାଇଛନ୍ତି ।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *