ଛୁରୀ ଭୁସି ହତ୍ୟା ଘଟଣାରେ ୫ ଜଣଙ୍କୁ କୋର୍ଟ ଚାଲାଣ କଲା ଟିକାବାଲି ପୋଲିସ…

ଛୁରୀ ଭୁସି ହତ୍ୟା ଘଟଣାରେ ୫ ଜଣଙ୍କୁ କୋର୍ଟ ଚାଲାଣ କଲା ଟିକାବାଲି ପୋଲିସ…. ———————————–

କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଶଙ୍କରାଖୋଲ ଗ୍ରାମରେ ଛୁରା ମାଡ଼ରେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ସୂଚନା ଅନୁସାରେ ଶଙ୍କରାଖୋଲ ଅଡାବାଡି ନିକଟସ୍ଥ ଶାଳବଣ ରେ ତିନଟି ସ୍ଥାନରେ ଭୋଜି କରୁଥିଲେ । ଭୋଜି କରିବା ଉକ୍ତ ସ୍ଥାନରେ ଯୁବତିଙ୍କୁ କମେଣ୍ଟ ମରାକୁ ନେଇ ଫିରିଙ୍ଗିଆ ଅଞ୍ଚଳର ତପନ ବିଷୟୀ , ଗପି କିଷାନ୍ ମଲିକ, ମାନସ ଅମାତ ଏବଂ ଶଙ୍କରାଖୋଲ ବଜାର ଯୁବକ ମଧ୍ୟରେ ଯୁକ୍ତିତର୍କ ହୋଇ ଗଣ୍ଡଗୋଳ ହୋଇଥିଲା । ଶଙ୍କରାଖୋଲ ହାଟପଦା ସାହିର ବସନ୍ତ ଦଳବେହେରା ଉଭୟଙ୍କୁ ବୁଝୁଇବାକୁ ଯାଇଥିଲେ । ସେହି ସମୟରେ ଦୁଇଙ୍କ ଭିତରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା ଘଟଣା ସ୍ଥଳରେ ବସନ୍ତ ଦଳବେହେରାଙ୍କୁ ପତନ ବିଷୟୀ ପେଟକୁ ଛୁରାମାଡ କରି ଘଟଣା ସ୍ଥଳରୁ ଫେରାର ଯାଇଥିଲା । ଖବର ପାଇ ଟିକାବାଲି ପୋଲିସ ଘଟଣା ସ୍ଥଳରେ ପହଁଚି ପ୍ରଥମ ଦିନରେ ଗୋପି କିଷାନଙ୍କୁ ଅଟକ ରଖି ତଦନ୍ତ ପ୍ରକ୍ରିୟା ଚାଲୁ ରଖିଥିଲା । ଦୁଇଙ୍କ ଗଣ୍ଡଗୋଳର ଉପରେ ପୋଲିସ୍ ତଦନ୍ତ କଲାପରେ ଆଉ ଚାରିଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ବର୍ତ୍ତମାନ ଟିକାବାଲି ପୋଲିସ ଫିରିଙ୍ଗିଆ ଅଭିଯୁକ୍ତ ଆସାମୀ ଗୋପୀ କିଷାନ ମଲିକ (ବୟସ୨୨) ବାପା- ଦୁର୍ବଚରଣ ମଲିକ, ଗୁରୁ ଶଙ୍କର ଅମାତ୍ୟ( ବୟସ ୨୧)ବାପା – ଅକ୍ଷୟ ଅମାତ୍ୟ, ଗ୍ରାମ ଶଙ୍କରା ଖୋଲ ର ଗୌରବ ଅମାତ୍ୟ (ବୟସ୧୯) ବାପା – ଗୋବିନ୍ଦ ଅମାତ୍ୟ, ତାରିଣୀ ଅମାତ୍ୟ (ବୟସ ୪୩ )ବାପା -ପ୍ରଫୁଲ୍ଲ ଅମାତ୍ୟ, ବିଶିପଡା ଗ୍ରାମର ବାପା – ବଳ ବିଷୟୀ ଙ୍କ ପୁଅ ଦୀନେଶ ବିଷୟୀ (ବୟସ ୨୬ ) 103/109 /191/192/BNS ଦଫା କେସ ନଂ ୧୦୭/୨୪ ରେ ମାମଲା ରୂଜୁକରି ଟିକାବାଲି ପୋଲିସ ୫ଜଣଙ୍କୁ ଜି ଉଦୟଗିରି କୋର୍ଟ କୁ ଚାଲାଣ କରିଥିବା ବେଳେ ମୁଖ୍ୟ ଆସାମି ଫେରାର ଥିବା ସୂଚନା ଦେଇଛନ୍ତି ଥାନା ଅଧିକାରିଣୀ କୈଲ୍ୟାଣୀ ମୟୀ ଷେଣ୍ଢ।

Leave a Reply

Your email address will not be published. Required fields are marked *