ଛାତ୍ରୀ କୁ ଅଶ୍ଳୀଳ ଆଚରଣ, ଦୁଇ ଯୁବକ ଜେଲରେ।

ଛାତ୍ରୀ କୁ ଅଶ୍ଳୀଳ ଆଚରଣ, ଦୁଇ ଯୁବକ ଜେଲରେ।

ଗଞ୍ଜାମ:ଗତ ଏକ ସପ୍ତାହ ତଳେ ଦିଗପହଣ୍ଡି ଅଞ୍ଚଳର ଜଣେ ନାବାଳିକା ଛାତ୍ରୀ ଟିଉସନ୍ ରୁ ଘରକୁ ଫେରିଲା ବେଳେ ୩ ଜଣ ଖଳ ପ୍ରକୃତିର ଯୁବକ ତାକୁ ଉଠାଇ ନେଇ ଏକ ନିଛାଟିଆ ସ୍ଥାନରେ ଜବରଦସ୍ତ ଉଲଗ୍ନ କରି ଶାରୀରିକ ସମ୍ପର୍କ ପାଇଁ ଜିଦ୍ କରିଥିଲେ। କିନ୍ତୁ ଛାତ୍ରୀ ଜଣକ ମନା କରିବାରୁ ଉକ୍ତ ତିନିଜଣ ଯୁବକ ତାର ଫୋଟ ଓ ଭିଡ଼ିଓ କୁ ବିଭିନ୍ନ ମାଧ୍ୟମରେ ପ୍ରସାରଣ କରିଥିଲେ। ପରବର୍ତ୍ତୀ ସମୟରେ ଛାତ୍ରୀ ଙ୍କ ପରିବାର ଲୋକେ ଥାନା ରେ ଅଭିଯୋଗ କରିଥିଲେ ଓ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ଅଭିଯୋଗ ଗ୍ରହଣ କରି ମାମଲା ନଂ ୫୨/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପଦ୍ମନ ନାୟକ ଓ ଜଗନ୍ନାଥ ଦୋରା ନାମକ ଦୁଇ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ଚମ୍ପଟ୍ ମାରିଥିବା ଅନ୍ୟ ଜଣେ ଯୁବକ କୁ ଗିରଫ କରିବା ପାଇଁ ଅନୁସନ୍ଧାନ ଚଳାଇଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ,।

Leave a Reply

Your email address will not be published. Required fields are marked *