ଛାତ୍ରୀ ଆତ୍ମହତ୍ୟା ଘଟଣା, ଅଭିଯୁକ୍ତ ପିତା ଓ ମାତା କୋର୍ଟ ଚାଲାଣ।

ଛାତ୍ରୀ ଆତ୍ମହତ୍ୟା ଘଟଣା, ଅଭିଯୁକ୍ତ ପିତା ଓ ମାତା କୋର୍ଟ ଚାଲାଣ।

ଗଞ୍ଜାମ:୧୦/୧୦/୨୪ କୈଳାଶ ଚନ୍ଦ୍ର ଚୌଧୁରୀ,ଗତ ସୋମବାର ସନ୍ଧ୍ୟା ରେ ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ଗ୍ରାମରେ ଘଟିଥିବା ଲୋମ ଟାଙ୍କୁରା ଘଟଣା ମେଧାବୀ ଛାତ୍ରୀ “ରାଣୀ ପ୍ରଧାନ ” ଆତ୍ମହତ୍ୟା ଘଟଣା କୁ ନେଇ ପୋଲିସ ର ପୁଙ୍ଖାନୁପୁଙ୍ଖ ତଦନ୍ତ ସ୍ବରୂପ ସାହି ପୋଡଶୀ ଙ୍କ ବୟାନ ଓ ଛାତ୍ରୀ ର ଓଡିଓ କ୍ଲିପ୍ କୁ ଭିତ୍ତି କରି ବଳିଷ୍ଠ ପ୍ରମାଣ କୁ ନେଇ ଦୁଇ ଅଭିଯୁକ୍ତ ଯଥା ପିତା ଅଶୋକ କୁମାର ପ୍ରଧାନ ଓ ସାବତ ମାଁ ଜ୍ୟୋତ୍ସ୍ନା ରାଣୀ ପ୍ରଧାନ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ବିଶେଷକରି ମଦ୍ୟପ ପିତା ର ଅସହ୍ୟ ନିର୍ଯ୍ୟାତନା ସହିନପାରି ରାଣୀ ଏହି ଭଳି ପଦକ୍ଷେପ ନେଇଥିବା ସେ ଆତ୍ମହତ୍ୟା ସମୟରେ ଦେଇଥିବା ବୟାନ ରୁ ଜଣାପଡିଛି। ଯାହା ସେ ଆତ୍ମହତ୍ୟା ସମୟରେ ଉତ୍ତୋଳନ ହୋଇଥିବା ଭିଡିଓ ବହୁ ପରିମାଣରେ ଭାଇରଲ୍ ହୋଇଛି ଓ ଏହି ଭିଡିଓ ରୁ ବଳିଷ୍ଠ ପ୍ରମାଣ ମିଳିଛି। ଏହି ସବୁ ପ୍ରମାଣ କୁ ଆଧାର କରି ସଦର ଥାନା ପୋଲିସ୍ ଉକ୍ତ ଦମ୍ପତିଙ୍କୁ ମାମଲା ନଂ ୩୨୦/୨୪ ଓ ଦଫା ୧୦୮/୩(୫) ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Leave a Reply

Your email address will not be published. Required fields are marked *