ଛବିଳ ସାଏ ତିରୋଧାନ ଦିବସ ପାଳନ ଅବସରରେ କୁଂ ସ୍ଵାଧୀନତା ସଂଗ୍ରାମୀ ମାନ୍ୟତା ଦେବାକୁ ଦାବି।
ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ସୁନାଲରଂଭା ପଂଚାୟତ କୁଦୋପାଲି ଠାରେ ମହାନ ସ୍ଵାଧୀନତା ସଂଗ୍ରାମୀ ବୀରସୁରେନ୍ଦ୍ର ସାଏ କଂ ଭାଇ ଛବିଳ ସାଏ କଂ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ପଲ୍ଲିଶ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରାମଚନ୍ଦ୍ର ସାହୁ ସଭାପତିତ୍ବ କରିଥିଲେ। ମୁଖ୍ୟ ବକ୍ତା ଭାବେ ଇତିହାସ ବିଭାଗର ପୂର୍ବତନ ଅଧ୍ୟାପକ ସନ୍ତୋଷ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଗବେଷକ ଉତ୍ପନ୍ନ କୁମାର ଭୋଇ, ଗବେଷକ ତଥା ଅଧ୍ୟାପକ ନାରାୟଣ ଭୋଇ, ଅଧ୍ୟାପକ ମାନଭଞ୍ଜନ ପୁରୋହିତ, ପ୍ରକାଶ ପଟ୍ଟନାୟକ ଓ ସତ୍ଯନାରାୟଣ ପାଢ଼ୀ ଯୋଗ ଦେଇଥିଲେ। ଚବିଳ ସାଏ କୁଂ ସରକାରୀସ୍ତରରେ ସ୍ଵାଧୀନତା ସଂଗ୍ରାମୀ ମାନ୍ୟତା ପ୍ରଦାନ କରାଯିବା ପାଇଁ ବିଭିନ୍ନ ଗବେଷଣାରୁ ଜଣାଯାଇଛି, ଛବିଳ ସାଏ ସ୍ଵାଧୀନତା ସଂଗ୍ରାମୀ ମାନ୍ୟତା ପ୍ରଦାନ ପାଇଁ ଦୃଢ ଦାବୀ ଉପସ୍ଥାପନ କରିଥିଲେ। ପରିଶେଷରେ ଧନେଶ୍ୱର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।