ଛତିଶଗଡ଼ରେ ଆଉ ନକ୍ସଲଙ୍କ ସ୍ଥାନ ନାହିଁ।
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଓଡିଶା ସୀମାବର୍ତ୍ତୀ ଭେଜ୍ଜି ଜଂଗଲରେ ଆଜି ସକାଳେ ଯବାନ ୧୦ ଜଣ ନକ୍ସଲଙ୍କୁ ମାରିଥିବାରୁ ଯବାନଙ୍କ ମଧ୍ୟରେ ଖୁସି କହିଲେ ନସରେ। ୧୦ ଜଣ ନକ୍ସଲଙ୍କ ଶହ ସହ ଅତ୍ୟାଧୁନିକ ବନ୍ଧୁକ ଜବତ କରିବା ସହ ଭେଜ୍ଜି ଥାନାକୁ ଆଣିଥିଲେ। ଏଠାରେ ବସ୍ତର ଆଇଜି ପି.ସୁନ୍ଦରରାଜ ସମେତ ଅନ୍ୟ ଉଚ୍ଚ ପଦାଧିକାରୀ ପୁଲିସ ଅଧିକାରୀ ଅପେକ୍ଷା କରି ରହିଥିଲେ। ଯବାନ ଯେତେବେଳେ ଭେଜ୍ଜିରେ ପହଞ୍ଚିଥିଲେ। ସମସ୍ତଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। (ସୋର୍ସ ସମ୍ବାଦ)