ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ମହିଳାଙ୍କ ସମେତ ୩ ଗିରଫ ଆର,ଉଦୟଗିରି,୧୭/୩(ମନୋଜ ପାଢୀ): ଦୀର୍ଘ ଦେଢ଼ମାସ ପରେ ରେଖନା ସାହି ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଗଜପତି ଜିଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ। ଚୋରି କରିଥିବା ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୪୩.୫୪ଗ୍ରାମ ସୁନା ଓ ୪୮ହଜାର ଟଙ୍କା ଜବତ କରିବାରେ ପୋଲିସ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପଡୋଶୀ ଜି.ଗୀତା, ଚୋରି ସୁନାକୁ କିଣିଥିବା ପାରଳାଖେମୁଣ୍ଡିର ବି.ଋଷି ଆଚାରୀ, ଏବଂ ଭିସ୍ତଳାର ଏମ.ଚାନ୍ଦୁ। ଘରେ କେହି ନଥିବା ବେଳେ ଦୁର୍ବୃତ୍ତମାନେ କଳାକନା ବୁଲାଇଥିବା ନେଇ ଗୋବରା ହେମା ଗତ ଜାନୁଆରୀ ୨୪ରେ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏହି ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଏହି କାଣ୍ଡ ତାଙ୍କ ପଡ଼ୋଶୀ ଜି.ଗୀତା ଭିଆଇଥିବା ପୋଲିସ ଜାଣିବା ପରେ ତାକୁ ଅଟକ ରଖି ପଚରାଉଚରା କରିଥିଲା। ଏହି ସମୟରେ ଗୀତା ସବୁ କଥା ମାନିବା ସହ ଚୋରି ସୁନାକୁ ସେ ପାରଳାଖେମୁଣ୍ଡିର ବି.ଋଷି ଆଚାରୀ, ଏବଂ ଭିସ୍ତଳାର ଏମ.ଚାନ୍ଦ ନାମକ ଦୁଇ ଜଣ ବଣିଆଙ୍କ ନିକଟରେ ବିକ୍ରି କରିଥିବା କହିଥିଲେ। ଏହି ଆଧାରରେ ପୋଲିସ ସଂପୃକ୍ତ ବଣିଆଙ୍କ ଘର ଏବଂ ଦୋକାନରେ ଚଢ଼ାଉ କରି ୪୩.୫୪ ଗ୍ରାମ ସୁନା ଅଳଙ୍କାର ଓ ୪୮ହଜାର ଟଙ୍କା ନଗଦ ଜବତ କରିବାରେ ସକ୍ଷମ ହୋଇଛି। ଏହି ଘଟଣାରେ ସଂପୃକ୍ତ ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପାରଳାଖେମୁଣ୍ଡି ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଗଜପତି ଏସ୍ପି ଯତୀନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି।
Related Posts

ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ କନଷ୍ଟେବଲଙ୍କ ଉପରେ ମାଡ଼ିଗଲା ବସ୍।
କଟକ:ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ କନଷ୍ଟେବଲଙ୍କ ଉପରେ ମାଡ଼ିଗଲା ବସ୍। ଦୁର୍ଘଟଣାରେ କନଷ୍ଟେବଲଙ୍କର ମୃତ୍ୟୁ ଘଟିଛି। କଟକ ଜିଲ୍ଲା ତିର୍ତ୍ତୋଲ ବଜାର ନିକଟରେ ଏହି ଦୁର୍ଘଟଣା…

ପୋଖରୀରେ ବୁଡ଼ି ବୃଦ୍ଧା ଙ୍କ ସଲୀଳ ସମାଧି।
ପୋଖରୀରେ ବୁଡ଼ି ବୃଦ୍ଧା ଙ୍କ ସଲୀଳ ସମାଧି। ଗଞ୍ଜାମ:ଦିଗପହଣ୍ଡି ଥାନା ଅର୍ନ୍ତଗତ କୁଶପଡା ପଞ୍ଚାୟତ ପତାଣ୍ଡ ଗ୍ରାମର ସେବତୀ ଦୋରା ନାମ୍ନୀ ଜଣେ ମହିଳା ନିଜ ଗ୍ରାମ…

ଧରଣୀଧର ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ବିକାଶ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଧରଣୀଧର ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ବିକାଶ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଲୋକସେବା ଭବନ ଠାରେ ଧରଣୀଧର…