ଚୋରା ମଦ କାରବାର କୁ ଚଢ଼ାଉ ବେଳେଅବକାରୀ କର୍ମଚାରୀ ମାନଙ୍କୁ ନିସ୍ତୁକ ମାଡ।
ଚୋରା ମଦ କାରବାର ଅଭିଯୋଗକୁ ନେଇ ଛତ୍ରପୁର ଅବକାରୀ ଥାନା ର କିଛି କର୍ମଚାରୀ କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ ଆଠଗଡ଼ ପାଟଣା ଗ୍ରାମରେ ଚଢ଼ାଉ କରିବା ବେଳେ ଗ୍ରାମର ୩୦ ରୁ ଅଧିକ ବାସିନ୍ଦା ଉକ୍ତ କର୍ମଚାରୀ ଙ୍କ ଉପରେ ଆତର୍କିତ ଭାବେ ଆକ୍ରମଣ କରିଥିଲେ ଓ ବିଭାଗୀୟ ଗାଡ଼ି କୁ ମଧ୍ୟ ଭାଙ୍ଗି ଦେଇଥିଲେ।ଆକ୍ରମଣ ରେ ୫ ରୁ ଉର୍ଦ୍ଧ୍ବ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ପରବର୍ତ୍ତୀ ସମୟରେ ଅବକାରୀ କର୍ମଚାରୀମାନେ କବିସୂର୍ଯ୍ୟ ନଗର ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଥାନା ଅଧିକାରୀ ଓ କିଛି କର୍ମଚାରୀ ଆଠଗଡ଼ ପାଟଣା ଗ୍ରାମରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟ ପକ୍ଷରେ ପୁରୁଷୋତ୍ତମ ପୁର ଥାନା ଏସ୍ ଡି ପି ଓ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଓ ଆକ୍ରମଣକାରୀ ମାନଙ୍କୁ ଗିରଫ ପାଇଁ ଜାଲ ବିଛାଇଛନ୍ତି। ଏହି ପରିସ୍ଥିତି କୁ ନେଇ ଗ୍ରାମରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!