ଚୋରା ମଦ କାରବାର ଅଭିଯୋଗର ଜଣେ ଯୁବକ ଗିରଫ।

ଚୋରା ମଦ କାରବାର ଅଭିଯୋଗର ଜଣେ ଯୁବକ ଗିରଫ।

ଦିଗପହଣ୍ଡି ଥାନା ଅର୍ନ୍ତଗତ ଭୀଷ୍ମଗିରି ବଜାର ରେ ଥାନା ଏ ଏସ୍ ଆଇ ଝୁନୁ ମାଝୀ ସଦଳବଳେ ପେଟ୍ରୋଲିଂ ସମୟରେ ସନ୍ତୋଷ ପାତ୍ର ନାମକ ଜଣେ ଯୁବକ ର ଦୋକାନ କୁ ଆତର୍କିତ ଭାବେ ଚଢ଼ାଉ କରି ଯାଞ୍ଚ କରିଥିଲେ ଓ ଯାଞ୍ଚ ବେଳେ ତା ଦୋକାନ ରୁ ୧୧୦ ବୋତଲ ଚୋରା ବିଦେଶୀ ମଦ ଗୋଟିଏ ଫ୍ରିଜରୁ ବାହାର କରି ମଦ ମାପିବା ପ୍ଲାଷ୍ଟିକ ଲିଟର କୁ ଜବତ କରିଛନ୍ତି। ପୋଲିସ ଏକ ରୁଜୁ କରି ମାମଲା ନଂ ୭୮/୨୫ ଅନୁଯାୟୀ ଅଭିଯୁକ୍ତ ସନ୍ତୋଷ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *