ଚିଟିଙ୍ଗ ଘାଟିରେ ପିକାଅପ୍ ଭ୍ୟାନ ଦୁର୍ଘଟଣାର ମୂତକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତିନି ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା । ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଚିଟିଙ୍ଗ ଘାଟିରେ ଗତ ତା ୧୧.୧୨.୨୦୨୪ ରିଖ ଦିନ ଏକ ପିକାଅପ୍ ଭ୍ୟାନ ଓଲଟିବାରୁ ସମୁଦାୟ ୯ ଜଣଙ୍କ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଉକ୍ତ ମୃତ ବ୍ୟକ୍ତିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଜଣଙ୍କୁ ସମୁଦାୟ ୨୭ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦ କୁ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ଏହି ରାଶି ପ୍ରଦାନ ପାଇଁ ଗଜପତି ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ସରକାର । ଏହି ନେଇ ଆଜି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାସ ସୁଚନା ଦେଇଛନ୍ତି ।
ଚିଟିଙ୍ଗ ଘାଟିରେ ପିକାଅପ୍ ଭ୍ୟାନ ଦୁର୍ଘଟଣାର ମୂତକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତିନି ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା ।
