ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଆଶିର୍ବାଦ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ନୁଆଗଡ ବ୍ଳକର କେ, ଝାଲରସିଂ ଗ୍ରାମଳ ଆଶିର୍ବାଦକୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଯେଉଁ ବୟସରେ ହସି ଖେଳି ପାଠ ପଢିବା କଥା ସେହି ବୟସରେ କିଡନୀ ଏବଂ ସିକ୍ଲିନ ରୋଗରେ ଆକ୍ରାନ୍ତ । ମେଡିକଲରୁ ମେଡିକଲ ବୁଲି ବୁଲି ହତାସ ହୋଇଗଲେଣି ପରିବାର। ବାପା ମୁମ୍ବାଇ ଯାଇଛନ୍ତି ଦାଦନ ଖଟିବାକୁ । ରୋଗ ପୂରା ପରିବାରକୁ ଅନ୍ଧକାରକୁ ଠେଲି ଦେଇଛି । ଗଜପତି ଜିଲ୍ଲା ନୁଆଗଡ ବ୍ଳକର କେ, ଝାଲରସିଂ ଗାଁର ଆଶିଷ ମିଶାଲଙ୍କ କ୍ଷେତ୍ରରେ ଏପରି ଘଟିଛି । ଆଶୀର୍ବାଦ ଆଖିରେ ଭରିଛି ଅନେକ ସ୍ବପ୍ନ । ବଡ ହୋଇ ପୁଲିସ ଚାକିରି କରିବ, ପରିବାରକୁ ପୋଷିବ । ୪ ବର୍ଷ ବୟସରେ ଆଖି, ପେଟ, ପାପୁଲି ଓ ପାଦ ଆଦି ଫୁଲିଲା । ମା ଶାନ୍ତିଲତା ପୁଅକୁ ଥଣ୍ଡା ଧରିଥିବ ଭାବି ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ । ଭଲ ନହେବାରୁ ପାରଳାଖେମଣ୍ଡି ମୁଖ୍ୟ ଚିକିତ୍ସାକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ପରେ ଜଣାପଡିଲା । ପୁଅ କିଡନୀ ଏବଂ ସିକ୍ଲିନ ରୋଗରେ ଆକ୍ରାନ୍ତ । ବାପା ଆଶିଷ ମିଶାଲ୍ ଦାଦନ ଖଟିବାକୁ ମୁମ୍ବାଇ ଯାଇଛନ୍ତି । ଘର ପରିବାରର ବୋଝ ବେଳେ ବାପା ଉପରେ, ସେ ଯାହା ଅଣନ୍ତି ସେତିକିରେ ଚାଲେ ତେଲ ଲୁଣର ସଂସାର । ସରକାରୀ ସହାୟକ କହିଲେ କେବଳ ବାପାଙ୍କ ଭତ୍ତା। ଚିକିତ୍ସା କରାଇପାରନ୍ତେ ବୋଲି କହିଛନ୍ତି ପରିବାର ଲୋକେ । ଯଦି କୌଣସି ବଦାନ୍ୟ ବ୍ୟକ୍ତି ସହାୟତା କରିବାକୁ କହିଲେ କେବଳ ମାସକୁ ୨୫କେଜି ଚାଉଳ ଓ ଜେଜେ ବାପାଙ୍କ ଭତ୍ତା। ଚିକିତ୍ସାରେ ବିଏସ୍କକେଓ୍ବାଇ, କାର୍ଡର ସବୁତକ ଟଙ୍କା ସରିଗଲାଣି । ସରକାରୀ ସହାୟତା ମିଳିଲେ ପୁଅର ଅଧିକ ଚିକିତ୍ସା କରାଇପାରନ୍ତେ ବୋଲି କହିଛନ୍ତି ପରିବାର ଲୋକେ । ଯଦି କୌଣସି ବଦାନ୍ୟ ବ୍ୟକ୍ତି ସହାୟତା ମିଶାଲ୍, ଆକାଉଣ୍ଟ ନମ୍ବର ୩୨୯୦୫୪୮୨୯୪୪, ଆଇଏଫଏସସି , ଏସବିଆଇଏନ- 0006935ରେ କରିପାରିବେ ବୋଲି ପରିବାର ଲୋକେ କହିଛନ୍ତି ।

Leave a Reply

Your email address will not be published. Required fields are marked *