ଚିକିତ୍ସା ଅବହେଲାରୁ ରୋଗୀ ମୃତ୍ୟୁ
ଆର,ଉଦୟଗିରି(ମନୋଜ କୁମାର ପାଢୀ)- ନୁଆଗଡ ବ୍ଳକ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି । ଡାକ୍ତର ନ ଆସିବାରୁ ଜଣେ ରୋଗୀଙ୍କ ଜୀବନ ଚାଲିଯାଇଛି ।ସୂଚନା ନୁସାରେ ରୁମଡୁଲ ଗ୍ରାମର କାନ୍ତୁଲୁ ବଡରଇତ(75) ଅସୁସ୍ଥ ହେବାରୁ ପରିବାରଲୋକେ ତାଙ୍କୁ ଆଜି ସକାଳ ୬ଟାରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଡାକ୍ତର ପ୍ରାଥମିକ ଚିକିତ୍ସା କଲାପରେ ସ୍ବାସ୍ଥ୍ୟ କର୍ମୀ ଇଞ୍ଜେକସନ ଦେଇ ଚାଲିଯାଇଥିଲେ । ପରେ କୌଣସି କର୍ମଚାରୀ ରୋଗୀଙ୍କ ସ୍ବାସ୍ଥ୍ୟାଅବସ୍ଥା ଯାଞ୍ଚ କରିବାକୁ ଆସି ନ ଥିଲେ । କିଛି ସମୟ ପରେ ରୋଗୀର ସ୍ବାସ୍ଥ୍ୟବସ୍ଥା ଅତି ସଙ୍କଟାପନ୍ନ ହେବ ଦେଖି ରୋଗୀଙ୍କ ପରିବାରଲୋକେ ବାରମ୍ବାର ଡାକ୍ତରଙ୍କୁ ଡାକିବାକୁ ଯାଇଥିଲେ । ତଥାପି ରୋଗୀଙ୍କୁ ଦେଖିବା ନିମନ୍ତେ ଆସି ନଥିଲେ ଡାକ୍ତର । ଫଳରେ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲେ । ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅପରପକ୍ଷେ ପରିବାରଲୋକଙ୍କ ଯନ୍ତଣା ସେହିଠାରେ ସରିନଥିଲା । ମହାପ୍ରୟାଣ ଗାଡି ନଥିବାରୁ ସ୍ବାସ୍ଥ୍ୟକେନ୍ଦ୍ରରେ ଘଣ୍ଟାଘଣ୍ଟା ଧରି ପଡି ରହିଥିଲା ମୃତଦେହ । ୫୦ ମିଲୋମିଟର ଦୂରରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରୁ ମହାପ୍ରୟାଣ ଡାକି ମୃତଦେହ ଗ୍ରାମକୁ ନେଇଥିଲେ ।