ଚାଷୀନେତା ରମେଶ ମହାପାତ୍ର ଙ୍କ ବିରୁଦ୍ଧରେ ହୋଇଥିବା ମାମଲା ପ୍ରଶାସନ ପ୍ରତ୍ୟାହାର କର ନଚେତ ଦୁର୍ବାର ଆନ୍ଦୋଳନ ର ସାମ୍ନା ପାଇଁ ପ୍ରସ୍ତୁତ ରହ। ବରଗଡ – ୮,୧୦(ଭବାନୀ ଶଙ୍କର ପାଢ଼ୀ) ଭାରତ ସ୍ୱାଧୀନତା ର ଦୀର୍ଘ ବର୍ଷ ହୋଇ ଯାଇଥିଲେ ମଧ୍ୟ ଆଜିଯାଏ, ଚାଷୀ ଶ୍ରମିକ ସ୍ୱାଧୀନ ହୋଇନାହାନ୍ତି ନିଜ ନିଜ ହକ ପାଇଁ ଆନ୍ଦୋଳନ କଲେ ମିଳୁଛି ଦଫା ଜେଲ ରେ ଭରିବା ପାଇଁ ଧମକ l ଆଜି ଜୟ ଭାରତୀ ଶ୍ରମିକ ସଂଘ ଗାଇସିଲେଟ ଠାରେ ରାଜବୋଡାସମ୍ବର କୃଷକ ଓ ଶ୍ରମିକ ସଂଗଠନ ର ବ୍ଲକ ସଭାପତି ଅରବିନ୍ଦ ପଣ୍ଡା ଙ୍କ ନେତୃତରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ସଂଯୁକ୍ତ କୃଷକ ସଂଗଠନ ବରଗଡ ଜିଲ୍ଲା ର ଉପଦେଷ୍ଟା ଓ ଚାଷୀନେତା ରମେଶ ମହାପାତ୍ର ଙ୍କର ବିରୁଦ୍ଧରେ ହୋଇଥିବା ମିଥ୍ୟା ମାମଲା ଘଟଣା କୁ ଦୃଢ଼ ଭାବରେ ନିନ୍ଦା କରାଯାଇଥିଲା l ଟାଟା ପାୱାର, ପ୍ରଶାସନ ଓ ସରକାର ମିଶି ସଂଗଠନ କୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବାର ଚର୍ଚ୍ଚା ହେଲା l ଚାଷୀନେତା ରମେଶ ମହାପାତ୍ର ଯିଏ କି ଜଣେ ନିଷ୍ଠାବାନ ସମାଜସେବୀ ଗରିବ ଖଟିଖିଆ ମୁଲିଆ ଚାଷୀ ମାନଙ୍କ ହକ ଅଧିକାର ପାଇଁ ଲଢେଇ କରୁଥିବାରୁ ସରକାର ଅସହ୍ୟ ହୋଇ ଏପରି ଷଡଯନ୍ତ୍ର ରଚିଥିବା ଆଲୋଚନା ହୋଇଥିଲା l ଗାଇସିଲେଟ ବ୍ଲକ କୃଷକ ସଂଗଠନ ଓ ଗାଇସିଲେଟ ବ୍ଲକର ସମସ୍ତ ସାମାଜିକ ସଂଗଠନ ତରଫରୁ ରମେଶ ମହାପାତ୍ର ଙ୍କ ନାମରେ ହୋଇଥିବା ସମସ୍ତ କେସ କୁ ପ୍ରତ୍ୟାହାର କରାଯିବା ସହ କ୍ଷମା ପ୍ରାର୍ଥନା ନକଲେ ଆଗାମୀ ଦିନରେ ଯେଉ ଜନ ଆନ୍ଦୋଳନ ଦୁର୍ବାର ହେବ, ସେଥିରେ ସରକାର ଓ ପ୍ରଶାସନ ଦାୟୀ ହେବେ ବୋଲି ଚେତାବନୀ ଦିଆଯାଇଥିଲା l ଟାଟା ପାୱାର ଜୁଲୁମ ଆଉ ସହି ହେଉନାହିଁ ଓ ବାରମ୍ବାର ପାୱାର କଟ, ଜୋର ଜବରଦସ୍ତ ସ୍ମାର୍ଟ ମିଟର ଲଗାଇବା ଓ ବିଦ୍ୟୁତ ବିଲ ଜୋର ଜବରଦସ୍ତ ଅସୁଲି କୁ ବିରୋଧ କରାଯିବ, ଚାଷୀ ମାନଙ୍କ ଅନେକ ସମସ୍ୟା ବାବଦରେ ଆଲୋଚନା କରିବା ସହ ସମାଧାନ ପାଇଁ କାର୍ଯ୍ୟ କରାଯିବା ନେଇ ନିଷ୍ପତି ନିଆଯାଇଥିଲା ଓ ପ୍ରସ୍ତାବ ଗ୍ରହଣ କରାଯାଇଥିଲା l ଏହି ବୈଠକରେ ଉପ ସଭାପତି ସରୋଜ ସାହୁ, ସମ୍ପାଦକ ଗଜପତି ସାହୁ, କୋଷାଧକ୍ଷ ଆନନ୍ଦ ପଧାନ, ପ୍ରସନ୍ନ କୁମ୍ଭାର, ଜପେଶ୍ୱର ସାହୁ, ନକୁଳ ସାହୁ, ଅଗାଧୁ ସାହୁ, ମହେନ୍ଦ୍ର କୁମାର ସାହୁ, ସଞ୍ଜୟ ସାହୁ ପ୍ରମୁଖ ଯୋଗଦାନ କରି ମତବ୍ୟକ୍ତ କରିଥିଲେ l
Related Posts
କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥନେଲେ ଧର୍ମେନ୍ଦ୍ର ପ୍ରଧାନ
କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥନେଲେ ଧର୍ମେନ୍ଦ୍ର ପ୍ରଧାନ । ଶପଥପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ବିଜେପିର ମୋହନା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା, ପ୍ରଶାନ୍ତ ମଲ୍ଲିକ ହେଲେ ବିଧାୟକ ପ୍ରାର୍ଥୀ ।
ଆର.ଉଦୟଗିରି(ମନୋଜ କୁମାର ପାଢୀ): ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରୁ ବିଜେପି ତାହାର ପ୍ରାର୍ଥୀ ଘୋଷଣା କରିଛି। ମୋହନା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଶାନ୍ତ କୁମାର…
୮୦ ବର୍ଷରୁ ଅଧିକ ବୟସ ଏବଂ ୮୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ବ୍ୟକ୍ତିଙ୍କ ମାସିକ ପେନସନ ୩୫୦୦ କୁ ବୃଦ୍ଧି
୮୦ ବର୍ଷରୁ ଅଧିକ ବୟସ ଏବଂ ୮୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ବ୍ୟକ୍ତିଙ୍କ ମାସିକ ପେନସନ ୩୫୦୦ କୁ ବୃଦ୍ଧି ଭୁବନେଶ୍ୱର: ଓଡ଼ିଶାର ୮୦ ବର୍ଷ…