ଚାଷୀଙ୍କ କାମରେ ଆସୁନି ଉଠା ଜଳସେଚନ ପ୍ରକଳ୍ପ । ଆର, ଉଦୟଗିରି୧୧/୦୩ (ନି.ସୂ) କୃଷକର ଉନ୍ନତି ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କରାଯାଉଛି। ମାତ୍ର ବାସ୍ତବରେ ଏହି ଯୋଜନା କେତେ କାମରେ ଲାଗୁଛି, ତାକୁ ସଠିକ୍ ଭାବରେ ତଦାରଖ କରିବା ପାଇଁ ପ୍ରଶାସନିକ ସ୍ତରରେ କେଉଁଠି ନା କେଉଁଠି ଇଚ୍ଛାଶକ୍ତିର ଅଭାବ ରହୁଛି। ଚାଷୀଙ୍କ କ୍ଷେତକୁ ସହଜରେ ପାଣି ଯୋଗାଇଦେବା ପାଇଁ ବସା ଯାଇଥିବା ଉଠା ଜଳସେଚନ ପଏଣ୍ଟ୍ ଅନେକ ଦିନ କାର୍ଯ୍ୟକ୍ଷମ ନହୋଇ ତାହା ଅକାମୀ ହୋଇ ପଡିଛି। କୃଷକ ଦେଶର ମେରୁଦଣ୍ଡ। କୃଷକ ଉନ୍ନତିରେ ଦେଶ ପ୍ରଗତି। ତେଣୁ କୃଷକ ମାନଙ୍କ ଉନ୍ନତି ତଥା ଉନ୍ନତ ଧରଣର ଚାଷ ପ୍ରଣାଳୀ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଚାଷଜମି ଗୁଡ଼ିକ ଜଳ ସେଚିତ ହୋଇପାରିଲେ ସୁବିଧାରେ ଅଧିକ ପରିମାଣରେ ଫସଲ ଅମଳ ହେବା ସହ ଚାଷୀଙ୍କର ଉନ୍ନତି ହୋଇପାରିବ। ତେଣୁ, ଜମି ଗୁଡ଼ିକକୁ ଜଳସେଚନ ସୁବିଧା କରିବାକୁ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରିବାକୁ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରି ଅନୁଦାନ ଦେଉଛନ୍ତି। କିନ୍ତୁ, ବିଭାଗୀୟ କର୍ମଚାରୀଙ୍କ ଅପାରଗତା, ଦାୟିତ୍ୱହୀନତା ଯୋଗୁଁ ଯୋଜନାର ସୁଫଳ ଚାଷୀଙ୍କୁ ମିଳିପାରୁନଥିବା ଅଭିଯୋଗ ହେଉଛି। ଯାହାର ଜ୍ୱଳନ୍ତ ଉଦାହରଣ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଅଧୀନରେ ଥିବାସମ୍ବଲପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏନ୍. ଝାଲରସିଂ ଗ୍ରାମରେ ଦେଖିବାକୁ ମିଳିଛି। ଚାଷୀଙ୍କ ଜମିରେ ପାଣି ମାଡ଼ିବା ପାଇଁ ଉଠା ଜଳସେଚନ ବିଭାଗ ପକ୍ଷରୁ ପ୍ରକଳ୍ପ ନିର୍ମାଣ କରାଯାଇଥିଲେ ମଧ୍ୟ ଚାଷ ଜମିରେ ପାଣି ମାଡ଼ି ପାରୁନାହିଁ। ପୂର୍ବ ବିଜଦ ସରକାର ସମୟରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ନିୟମ ଅନୁଯାୟୀ ପ୍ରକଳ୍ପ ନିକଟରେ ସୂଚନା ଫଳକ ଉନ୍ମୋଚିତ ହେବା ବାଧ୍ୟତାମୂଳକ କିନ୍ତୁ, କାର୍ଯ୍ୟସ୍ଥଳରେ ପ୍ରକଳ୍ପ କାର୍ଯ୍ୟର ଫଳକ ନାହିଁ। ଅଞ୍ଚଳର ଚାଷୀ ଅଭିଯୋଗ କରିଛନ୍ତି ଯେ, ପ୍ରକଳ୍ପ କାର୍ଯ୍ୟ ସମ୍ପାଦନା ହୋଇଥିଲେ ସୁଦ୍ଧା ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ମିଳିପାରୁ ନାହିଁ। ଜଳ ସେଚନ ପ୍ରକଳ୍ପ ଥାଇ ମଧ୍ୟ କାର୍ଯ୍ୟକ୍ଷମ ନହେବା ଚାଷୀକୂଳ ପରିବାରଙ୍କୁ ନିରାଶ କରିଛି। କୃଷକଙ୍କ ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ପୂରଣ ହୋଇପାରୁନି ଆବଶ୍ୟକତା। ରାଜ୍ୟର ଅଣଜଳସେଚିତ ଅଞ୍ଚଳରେ ଚାଷୀଙ୍କୁ ଜଳ ଯୋଗାଣ ପାଇଁ ସରକାରଙ୍କ ରହିଛି ଉଠା ଜଳସେଚନ ବିଭାଗ। ହେଲେ କାର୍ଯ୍ୟକାରିତା ଫଳ ଶୂନ। କ୍ଷେତକୁୁ ପାଣି ନମିଳିବାରୁ ହତାଶରେ ଚାଷୀକୂଳ। ଚାଷୀ ମାନଙ୍କ ସମସ୍ୟା ଉପରେ ଆଗକୁ ନୂତନ ସରକାରଙ୍କ କଣ ଆଭିମୁଖ୍ୟ ରହୁଛି, ଏଦିଗରେ କି ପଦକ୍ଷେପ ନେଉଛନ୍ତି ତାହା ଉପରେ ନଜର ରହିଛି।
Related Posts

ଝରାପାଲି ମାର୍କେଟ ୟାର୍ଡ଼ ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।
ଝରାପାଲି ମାର୍କେଟ ୟାର୍ଡ଼ ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ଆରଏମସି ଅନ୍ତର୍ଗତ ଝରାପାଲି ମାର୍କେଟ…

ମିଳିତ ଭାବେ କାର୍ଯ୍ୟକାରୀ ହେବ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା; ପୁଅ ଜନ୍ମ କ୍ଷେତ୍ରରେ ମିଳିବ ୧୦ ହଜାର ଟଙ୍କା, ଝିଅ ଜନ୍ମ ହେଲେ ମିଳିବ ୨ ହଜାର ଅଧିକ
ମିଳିତ ଭାବେ କାର୍ଯ୍ୟକାରୀ ହେବ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା; ପୁଅ ଜନ୍ମ କ୍ଷେତ୍ରରେ ମିଳିବ ୧୦ ହଜାର ଟଙ୍କା, ଝିଅ ଜନ୍ମ ହେଲେ ମିଳିବ…

ବାଲି ବୋଝେଇ ଟ୍ରାକ୍ଟର ଜବତ
ବାଲି ବୋଝେଇ ଟ୍ରାକ୍ଟର ଜବତ ଆର, ଉଦୟଗିରି(ମନୋଜ କୁମାର ପାଢୀ);- ପାରଳାଖେମୁଣ୍ଡି ଖଣି ଅଧିକାରୀଙ୍କ ଦ୍ବାରା ଚାରୋଟି ବାଲି ବୋଝେଇ ଟ୍ରାକ୍ଟର ଅଟକ । ପାରଳାଖେମୁଣ୍ଡି ଉପକଣ୍ଠ…