ଚାନ୍ଦିପୁଟ ପଞ୍ଚାୟତରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ।
ଆର,ଉଦୟଗିରି- (ମନୋଜ କୁମାର ପାଢୀ)ଦିନକୁ ଦିନ ସମାଜ ଯେତେ ଆଧୁନିକ ଆଡକୁ ଗତି କରୁଛି ପରିବେଶରେ ସେତେ ଅପରିଷ୍କାର ବଢୁଛି, ଯାହାଫଳରେ ମଶା ମାଛିଙ୍କ ସଂଖ୍ୟା ବୃଦ୍ଧି ପାଉଛି, ତେଣୁ ଲୋକେ ନାନା ରୋଗରେ ସମ୍ମୁଖୀନ ହେଉଛନ୍ତି l ଆମେ କହୁଛୁ ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତର ପରିମଳ ବ୍ୟବସ୍ଥା କଥା।ଏଠି ପରିମଳ ବ୍ୟବସ୍ଥା ପୁରା ଖରାପ, ସ୍ଥାନେ ସ୍ଥାନେ କୁଢ଼ କୁଢ଼ ଅପରିଷ୍କାର ଆବର୍ଜନା ପଢି ରହିଛି ଓ ଡ୍ରେନରେ ଆବର୍ଜନା ପଢି ଜମିଛି ପାଣି। କିନ୍ତୁ କାହାର ଏଥି ପ୍ରତି ଦୃଷ୍ଟି ନାହିଁ, ନା ଅଛି ପଞ୍ଚାୟତ ବିଭାଗର ଅଧିକାରୀ ନା ସରପଞ୍ଚଙ୍କ ଦାୟିତ୍ଵ ନା ଗାଁ କଲ୍ୟାଣ ସମିତିର ଦାୟିତ୍ଵ କିନ୍ତୁ ସରକାର ପରିମଳ ଓ ସ୍ଵଚ୍ଛ ଭାରତ ମିଶନ ବାବଦକୁ ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଚାନ୍ଦିପୁଟ ପଞ୍ଚାୟତ ରେ ତାହା ଦେଖିବାକୁ ମିଳୁନି।କେବଳ କାଗଜ କଲମରେ ସୀମିତ ରହୁଛି ସ୍ଵଚ୍ଛ ମିଶନ କାର୍ଯ୍ୟ l ତେଣୁ କୋଣସି କାମ ହୋଇ ପାରୁନି ଏଣୁ ଅପରିଷ୍କାର ଆବର୍ଜନା ଧୀରେ ଧୀର ବଢ଼ିବାରେ ଲାଗିଛି ପରିବେଶ ଦୂଷିତ ହେବାରେ ଲାଗିଛି l ଏଣୁ ଏହାର ଯଥା ଶୀଘ୍ର ସମାଧାନ କରିବା ପାଇଁ ଗ୍ରାମ ବାସୀ ଅନୁରୋଧ କରିଛନ୍ତି l