ଚାଟ୍ ବ୍ୟବସାୟୀ କୁ ଆକ୍ରମଣ ଓ ଲୁଟ୍ ଅଭିଯୋଗ ରେ ଦୁଇ ଗିରଫ। ଗଞ୍ଜାମ:ଦିଗପହଣ୍ଡି ସହର କରଣ ସାହିର ଚାଟ୍ ବ୍ୟବସାୟୀ ସତ୍ୟନାରାୟଣ ସାହୁ ନିଜ ଠେଲା ଗାଡ଼ି ଧରି ବଜାର କୁ ଯିବା ବେଳେ ମୁରଲୀଧର ଦାସ ଓ ଜଣେ ନାବାଳକ କିଛି ଖାଦ୍ୟ ପଦାର୍ଥ ମାଗି ନେଲେ ଓ ସତ୍ୟନାରାୟଣ ଟଙ୍କା ମାଗିବାରୁ ଉକ୍ତ ଦୁଇ ଜଣ ବ୍ୟବସାୟୀ କୁ ମାଡ଼ ମାରିବା ସହ ଠେଲା ଗାଡ଼ି କୁ ଭାଙ୍ଗି ଚାଲିଯାଇଥିଲେ। ଏହି ପରିପ୍ରେକ୍ଷୀରେ ବ୍ୟବସାୟୀ ଜଣଂକ ଦିଗପହଣ୍ଡି ଥାନା ରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ନଂ ୪୬/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ମୁରଲୀଧର କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ନାବାଳକ କୁ ସ୍ବତନ୍ତ୍ର ବାଳ ସୁଧାର ଗୃହକୁ ପଠାଇଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ.
Related Posts

ପେନାଗବେରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ “ସର୍ଗିଫୁଲ ” କାର୍ଯ୍ୟକ୍ରମ ଅନୁଷ୍ଠିତ
ପେନାଗବେରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ “ସର୍ଗିଫୁଲ ” କାର୍ଯ୍ୟକ୍ରମ ଅନୁଷ୍ଠିତ… କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଅନ୍ତର୍ଗତ…

ଭବିଷ୍ୟତର ଖାଦ୍ୟ ଭାବରେ ଶ୍ରୀ ଅନ୍ନ (ମିଲେଟ୍) ଉପରେ ଅନ୍ତର୍ଜାତୀୟ ସେମିନାର ଆୟୋଜନ କରିବ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ
ଭବିଷ୍ୟତର ଖାଦ୍ୟ ଭାବରେ ଶ୍ରୀ ଅନ୍ନ (ମିଲେଟ୍) ଉପରେ ଅନ୍ତର୍ଜାତୀୟ ସେମିନାର ଆୟୋଜନ କରିବ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଏକ ମୁଖ୍ୟ ଏବଂ ପୁଷ୍ଟିକର ଖାଦ୍ୟ ଭାବରେ ଶ୍ରୀ…

ଭୁବନେଶ୍ୱର ୧ ନମ୍ବର ମାର୍କେଟରେ ଅଗ୍ନିକାଣ୍ଡ
ଭୁବନେଶ୍ୱର ୧ ନମ୍ବର ମାର୍କେଟରେ ଅଗ୍ନିକାଣ୍ଡ ଭୁବନେଶ୍ୱର: ଭୁବନେଶ୍ୱର ୧ ନମ୍ବର ମାର୍କେଟରେ ଅଗ୍ନିକାଣ୍ଡ ଘଟିଛି।ଗତକାଲି ବିଳମ୍ବିତ ରାତିରେ ଜଳିଯାଇଛି ୫ଟି ପରିବା ଦୋକାନ। ତେବେ ଅଗ୍ନିକାଣ୍ଡରେ…