ଚାକିରୀ ନାମରେ ଠକେଇ ଅଭିଯୋଗ, ପୁଣି ୩ ଠକ ଗିରଫ।

ଚାକିରୀ ନାମରେ ଠକେଇ ଅଭିଯୋଗ, ପୁଣି ୩ ଠକ ଗିରଫ।

ଗଞ୍ଜାମ:ଗତ କିଛି ଦିନ ପୂର୍ବରୁ ବ୍ରହ୍ମପୁର ଏସ୍ ପି ଙ୍କ ପ୍ରଚେଷ୍ଟାରେ ୯ ଜଣ ନବାବୀ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଖବର ଚର୍ଚ୍ଚା ରେ ଥିବା ବେଳେ ପୁଣି ୩ ଜଣ ଠକ ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଅଞ୍ଚଳର ଆଶିଷ ମହାପାତ୍ର , ଛତ୍ରପୁର ଅଞ୍ଚଳର ପ୍ରଦ୍ୟୁମ୍ନ ପଲେଇ ଓ ଜଗତସିଂହପୁର ଜିଲ୍ଲାର ମିହିର ରାଉତ ନାମକ ୩ ଜଣ ଯୁବକ କୁ ବଡ଼ବଜାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ସୁଚନା ଅନୁଯାୟୀ ଜଣାପଡିଛି ଯେ ବଡ଼ବଜାର ଥାନା ଅର୍ନ୍ତଗତ ପଞ୍ଚାନନ ନଗର ସାହିର ଗିରିଜା ନନ୍ଦନ ପଣ୍ଡିତ ନାମକ ଜଣେ ବେରୋଜଗାରୀ ଯୁବକ ଚାକିରୀ ଅନ୍ୱେଷଣରେ ବୁଲୁଥିବା ବେଳେ ଠକ ଆଶିଷ ହାବୁଡ଼ରେ ପଡ଼ିଥିଲା ଓ ସେ ଚାକିରୀ କରାଇବା ପାଇଁ ଗିରିଜା ଠାରୁ ୫ ଲକ୍ଷ ଟଙ୍କା ଦାବୀ କରିଥିଲା। ଚୁକ୍ତି ମୁତାବକ ଗିରିଜା ଆଶିଷ କୁ ୫ ଲକ୍ଷ ଟଙ୍କା ଦେଇଥିଲା ଓ ଆଶିଷ ଛତ୍ରପୁର ଅଞ୍ଚଳର ପ୍ରଦ୍ୟୁମ୍ନ ପଲେଇ ପାଖକୁ ନେଇ କୋର୍ଟ ପେପର ରେ ଏଗ୍ରିମେଣ୍ଟ କରିବା ପାଇଁ କହିବାରୁ ଦୁହେଁ ଛତ୍ରପୁର ଯାଇଥିଲେ। ଏହା ପରେ ଆଶିଷ ଓ ପ୍ରଦ୍ୟୁମ୍ନ ଦୁହେଁ ମିଶି ଭୁବନେଶ୍ୱର ଯାଇ ଅନ୍ୟତମ ଠକ ମିହିର ସହ ମିଶାଇ ଥିଲେ ଓ ଖୁବ ଶୀଘ୍ର ନିଯୁକ୍ତି ପତ୍ର ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୬ ମାସ ପରେ ସେ ପଚାରିବାରୁ ଉକ୍ତ ଠକ ମାନେ ମିଛ କଥା କହି ଭଣ୍ଡାଇ ଚାଲିଲେ।

Leave a Reply

Your email address will not be published. Required fields are marked *