ଚଳିତ ମାସ ୧୪ ତାରିଖରେ ବର୍ଷର ଜିଲ୍ଲାସ୍ତରୀୟ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ।
ଗଜପତି (ମନୋଜ କୁମାର ପାଢୀ
ଚଳିତ ମାସ ୧୪/୯/୨୦୨୪ ତାରିଖ ଦିନ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ ସମେତ ଜିଲ୍ଲାର ରା: ଉଦୟଗିରି , ମୋହନା ଓ କାଶୀନଗର ଠାରେ ଥିବା ଅଦାଲତ ମାନଙ୍କରେ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି ।
ଏହି ଅବସରରେ ସଂପୃକ୍ତ ଅଦାଲତ ମାନଙ୍କରେ ପ୍ରାୟ ସମସ୍ତ ପ୍ରକାରର ପ୍ରାକ ସ୍ତରୀୟ ମକଦ୍ଦମା ଓ ରହିଥିବା ବିଚାରାଧୀନ ମକଦ୍ଦମା ଯଥା:- ଫୌଜଦାରୀ( ସାଲିସ ଯୋଗ୍ୟ) , ଚେକ୍ ବାଉଁଶ , ବ୍ୟାଙ୍କ ଋଣ , ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ , ଶ୍ରମ ବିବାଦ , ଲୋକସେବା ସମ୍ବନ୍ଧୀୟ ମାମଲା , ବୈବାହିକ ବିବାହ ( ଛାଡ଼ପତ୍ର ବ୍ୟତୀତ) , ପାରିବାରିକ ବିବାଦ , ଜମି ଅଧିଗ୍ରହଣ , ଚାକିରୀ ସମ୍ବନ୍ଧୀୟ( ପେନସନ) , ରାଜସ୍ବ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମାମଲା ଗୁଡ଼ିକର ବିଚାରଣା କରାହେବ ।