ଚନ୍ଦ୍ରପୁର ବ୍ଲକ ସ୍ତରୀୟ ଚଇତି 2024 ଅନୁଷ୍ଠିତ ହୋଇଯାଇଛି ଆଦିବାସୀ ନୃତ୍ୟରେ ଦୁଲିକିଲା ମଞ୍ଚ

ଚନ୍ଦ୍ରପୁର ବ୍ଲକ ସ୍ତରୀୟ ଚଇତି 2024 ଅନୁଷ୍ଠିତ ହୋଇଯାଇଛି ଆଦିବାସୀ ନୃତ୍ୟରେ ଦୁଲିକିଲା ମଞ୍ଚ

ରାୟଗଡା : ରାୟଗଡ଼ା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଚନ୍ଦ୍ରପୁର ବ୍ଲକ ପରିସରରେ ପାଳିତ ହୋଇଛି ଚନ୍ଦ୍ରପୁର ବ୍ଲକ ରେ ପାଳିତ ହୋଇଯାଇଛି ବ୍ଲକ ସ୍ତରିୟ ଚଇତି 2024 ମହୋତ୍ସବ । ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ସମ୍ୟକାନ୍ତ ବୋଙ୍ଗଲ ଓ ଅଧିକ୍ଷଣ ଯନ୍ତ୍ରୀ ବିଶ୍ୱଜିତ ମିଶ୍ରଙ୍କ ମିଳିତ ସଂଯୋଜନାରେ ସର୍ବପ୍ରଥମେ ଫଳଫୋଳିଆ ନଦୀରେ ପୂଜାଅର୍ଚନା କରି କଳସରେ ଜଳ ଆଣି ମା ଝାଲିଆ ଗ୍ରାମଦେଵୀ ମନ୍ଦିରରେ କଳସକୁ ପୂଜାର୍ଚ୍ଚନା କରିବା ପରେ ମା ଙ୍କ ଆଜ୍ଞା ମାଳ ସହିତ ମଶାଲରେ ଅଗ୍ନି ସଂଯୋଗ କରି ଏକ ବିଶାଳ ସଭାଯାତ୍ରାରେ ନାଚ ଗୀତ ମାଧ୍ୟମରେ ମନ୍ଦିର ପରିସରରୁ କଳସ ଓ ମଶାଲ ଧରି ବ୍ଲକ ସ୍ଥିତ ଚଇତି ମଣ୍ଡପକୁ ଅଣା ଯାଇଥିଲା । ଚଇତି କମିଟି ଅଧ୍ୟକ୍ଷ ତଥା ବିଡ଼ିଓ ସମ୍ୟକାନ୍ତ ବଙ୍ଗଲ ଅଧ୍ୟକ୍ଷତାରେ ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁଣପୁର ବିଧାୟକସତ୍ୟଜିତ୍ ଗୋମାଙ୍ଗ, ବ୍ଲକ ଅଧ୍ୟକ୍ଷ କୋଇନ କିମ୍ବାକା , ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବି ଗୋମାଙ୍ଗ,ଗୁଣପୁର ଏନ ଏସି ଉପାଦକ୍ଷ ଶିବ ପ୍ରସାଦ ଗୌଡ଼,ଚନ୍ଦ୍ରପୁର ବ୍ଲକ ଉପାଦକ୍ଷ ମାଳତୀ ମାଳବିଶୋଇ, ଜିଲ୍ଲାପରିଷଦ ସଭ୍ୟ ସୁଜିତ କୁମାର ବ୍ରେଡେକା, ଏମପି ପ୍ରତିନିଧି ଭୀମ ଗୋଗେରେଙ୍ଗା, ସରପଞ୍ଚ ରଞ୍ଜିତା ବ୍ରେକବେଡା, ନୀଳମାଇ ଦିବାକା, ଅନିତା ଶବର, ସୁନିତା ମୂଣ୍ଡିକା, ଫୁଲମାଇ କ୍ରାଡିକା,ଜେର୍ମେନି ପାଡଗଣ୍ଡା, ଭୀମ ଗୋଗେରେଂଗା, ଫକିର ମହୋନ ଗୁମିଟାଙ୍ଗା , ବ୍ଲକର ସମସ୍ତ ସମିତ ସଭ୍ୟ ସଭ୍ୟା, ରାମନାଗୁଡା, ଗୁଡ଼ାରୀ , ପଦମପୁର ମଧୁବନ ସରପଞ୍ଚ, ଏମ ପି ପ୍ରତିନିଧି ମାନଙ୍କ ସହପୁର୍ବତନ ବି ଡି ଓ ଅକ୍ଷୟ କୁମାର ମଲ୍ଲିକ,ତହସିଲଦାର ଆଶିଷ କୁମାର ପ୍ରଧାନ, ବ୍ଲକ ଗୋଷ୍ଟି ସ୍ଵାସ୍ଥ୍ୟ ଅଧିକାରୀ ଅଭିଷେକ ନାୟକ , ବ୍ଲକ ଗୋଷ୍ଟି ଶିକ୍ଷାଧିକାରୀ ଗଣେଶ ଶବର, ସିଡିପିଓ ଗୀତାରାଣୀ ସାହୁ,ଅତିରିକ୍ତ ଗୋଷ୍ଟି ଶିକ୍ଷାଧିକାରୀ ଉମାକାନ୍ତ ମିଶାଲ ,ବିଜେପି ବ୍ଲକ ସଭାପତି ପ୍ରିୟରଞ୍ଜନ ସାହୁକାର, କଂଗ୍ରେସର ଜର୍ଜ କ୍ରାଇସିକାଙ୍କ ,ମଞ୍ଚରେ ଉପସ୍ଥିତରହି ଜଗନ୍ନାଥଙ୍କ ଫୋଟ ଚିତ୍ରରେ ପ୍ରଦିପ ପ୍ରଜ୍ଜ୍ୱଳନ କରି ପୁଷ୍ପ ମାଳା ପ୍ରଦାନ କରି ବ୍ଲକ ସ୍ତରୀୟ ଚଇତି କୁ ଉଦ୍ଘାଟନ କରିଥିଲେ । ଲୋକ ମହୋତ୍ସବ ଚଇତି ମାଧ୍ୟମରେ ଯେ ସାଂସ୍କୃତିକ କାର୍ଯକ୍ରମ ହେଉଛି ସେଥିପାଇଁ ବ୍ଲକର ବହୁ ଆଦିବାସୀ ପୁରାତନ ଲୁକ୍କାୟିତ ଲୋକକଳା ଉଦ୍ଜୀବିତ ହେଇଥିବାନେଇ ଅତିଥି ମାନେ ମତ ପ୍ରକାଶ କରି ଖୁସି ଅନୁଭବ କରିଥିଲେ । ଚଇତିରେ ଅନୁଷ୍ଠିତ ହେଇଥିବା ମାରାଥନ ଓ ବିଭିନ୍ନ ସଂସ୍କୃତିକ ଦଳକୁ ଚଇତି ମଣ୍ଡପରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ସେହିପରି ବ୍ଲକର ବିଭିନ୍ନ ବିଭାଗ , ଏସ ଏସ ଜି ଗ୍ରୁପ୍, ଏନ ଜି ଓ ତରଫରୁ ଷ୍ଟଲ କରାଯାଇ, ଲୋକଙ୍କୁ ଯୋଜନା ଗୁଡ଼ିକଉପରେ ପ୍ରାଞ୍ଜଳ ଭାବେ ବୁଝାଇ ସଚେତନା କରଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଉମାକାନ୍ତ ମିଶାଲ, ଶ୍ରବଣ ସିଂ । ବ୍ଲକ କୃଷି ଅଧିକାରୀ ଅର୍ପିତା ବେହେରା ମାଝୀ, ଫିସେରିର ଶ୍ରୀମତି ପଣ୍ଡା, ତେଯୋସ୍ୱନି ଦୋରା, ତପଶ୍ୱନି ଭାଟ ଅତିଥିଙ୍କୁ ସ୍ଵାଗତ କରିଥିଲେ ।ଶାନ୍ତି ଶୃଂଖଳା ନିମନ୍ତେ ଥାନା ଅଧିକାରୀ ଧରଣୀଧର ପ୍ରଧାନ, ଏସ ଆଇ ବିରେନ୍ଦ୍ର ରୟେଙ୍କ,ତରଫରୁ ପୋଲିସ ବିଭାଗ, ଅଗ୍ନି ସମ ବିଭାଗ, ମେଡ଼ିକାଲ ବିଭାଗ ମୁତୟନ କରଯାଇଥିଲା । ପରିଚାଳନାରେ ଜି ପି ଓ ରାଜେନ୍ଦ୍ର ପାଳ,ସାମାଜିକ ସୁରକ୍ଷା ଅଧିକାରୀ ରହିତ କୁମାର ପଣ୍ଡା, ସମ୍ପ୍ରସାରଣ ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରା, ଯନ୍ତ୍ରୀ ଦୁଷ୍ମନ୍ତ କିସାନ, ବିକାଶ ମହାପାତ୍ର,ଦେବାଶିଷ ଗୌଡ଼, ଅରୁଣ ସାହୁ, ସିପି ଗୋପୀନାଥ ମହାକୁଡ଼, ବିପିଏମ ଶ୍ରବଣ ସିଂ, ଓ ବ୍ଲକର ସମସ୍ତ କର୍ମଚାରି ସମସ୍ତ କାର୍ଯ୍ୟରେ ସହୋଯୋଗ କରିଥଲେ,ରାୟଗଡା ରୁ ଅମୁଲ୍ୟ. ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *