ଚନ୍ଦ୍ରପୁର ବ୍ଲକର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କରତ୍ରୟୋଦଶତମ ବ୍ଲକସ୍ତରୀୟ ମାସିକ ଆଲୋଚନାଚକ୍ର

ଚନ୍ଦ୍ରପୁର ବ୍ଲକର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କରତ୍ରୟୋଦଶତମ ବ୍ଲକସ୍ତରୀୟ ମାସିକ ଆଲୋଚନାଚକ୍ର

ରାୟଗଡା : ଆଦିବାସୀ ଅଧ୍ୟୁଷିତ ଅଞ୍ଚ ଳର ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଏସ୍ ଏସ୍ ଡି ବାଳକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବ୍ଲକର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ତ୍ରୟୋଦଶତମ ବ୍ଲକସ୍ତରୀୟ ମାସିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଚନ୍ଦ୍ରପୁର ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଗଣେଶ ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ସରକାରୀ ଏସ୍ ଏସ୍ ଡି ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଭାସ୍କର ଗମାଙ୍ଗୋ ବୈଠକ ପରିଚାଳନା ଦାୟିତ୍ୱ ତୁଲାଇଥିଲେ। ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଯୁକ୍ତ ଉମାକାନ୍ତ ମିଶାଲ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷାର ମାନବୃଦ୍ଧି ସହିତ ଡ୍ରପଆଉଟ ହାର କମାଇବା, ଖାନ ଏକାଡେମୀ ଗଣିତ ଦକ୍ଷତା ବୃଦ୍ଧି , ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଉତ୍କର୍ଷ କାର୍ଯ୍ୟକ୍ରମ ଓ ଦଶମ ଶ୍ରେଣୀ ପରୀକ୍ଷା ଇତ୍ୟାଦି ଉପରେ ଆଲୋକପାତ କରାଯାଇଥିଲା।ଉକ୍ତ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରଦୀପ ଚୈଧୁରୀ ସହଯୋଗ ଭାର ଗ୍ରହଣ କରିବା ସହିତ ଧନ୍ୟବାଦ ଭାର ଗ୍ରହଣ କରିଥିଲେ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *