ଚନ୍ଦ୍ରଗିରି ବନଅଞ୍ଚଳର ଆଡ୍ଡାସ୍ଥଳୀ ପାଲଟିଛି କଫି ବଗିଚା ।

ଚନ୍ଦ୍ରଗିରି ବନଅଞ୍ଚଳର ଆଡ୍ଡାସ୍ଥଳୀ ପାଲଟିଛି କଫି ବଗିଚା । ଆର,ଉଦୟଗିରି(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଚନ୍ଦ୍ରଗିରି ବନାଞ୍ଚଳ ରେ ଥିବା ଗୋଲମରିଚ ବଗିଚା କଥା । 1981 ମସିହାରେ 4.3 ହେକ୍ଟର କୁ ନେଇ ଏହି ଗୋଲମରିଚ ବଗିଚା ଆରମ୍ଭ ହୋଇଥିବାବେଳେ ସେଥିରେ 1 ହେକ୍ଟର ରେ 1000 ରୁ 1200 କଫି ଗଛ ,1 ହେକ୍ଟର ରେ 1000 ରୁ 1200 ଡାଲଚିନି ଓ ବଳକା ଗୋଲମରିଚ 2000ରୁ5000 ଲାଗିଥିଲା ।ସେଥିରୁ ଯାହା ସବୁ ଗୋଲମରିଚ ,ଡାଲଚିନି,କଫି ବାହାରୁଥିଲା ବେଶ୍ ଦରଦାମ ରେ ବଜାରରେ ବିକ୍ରି ହେଉଥିଲା । ବଜାର ରେ ବିକ୍ରି ହେବା ଦୁର କଥା ଲୋକଙ୍କୁ ଅନେକ ଆକୃଷ୍ଟ କରୁଥିଲା । ଆଜି ଏହି ଚନ୍ଦ୍ରଗିରି କହିଲେ ସାରା ଦେଶ ବିଦେଶ ରେ ପର୍ଯ୍ୟଟନ କ୍ଷେତ୍ରରେ ବେଶ୍ ପରିଚିତ । କିନ୍ତୁ ଆଜି ରକ୍ଷଣା ବେକ୍ଷଣ ଅଭାବରୁ ତାହା ଏବେ ନଷ୍ଟ ହେବାକୁ ଲାଗିଚି । ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ଏହି ଅଞ୍ଚଳ ରେ ଅନେକ ପର୍ଯ୍ୟଟନ କ୍ଷେତ୍ର ଲାଗି ଲାଗି ରହିଥିବା ବେଳେ ଏହା ମଧ୍ୟ ସେଥିରେ ଯୋଡ଼ି ହୋଇ ପର୍ଯ୍ୟଟକଙ୍କୁ ଅନେକ ମନୋହର କରିଥାନ୍ତା । ଏହା 326 A ରାଜ୍ୟ ରାଜପଥରେ ଥିବା ହେତୁ ଆହୁରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏହି ସ୍ଥାନରେ ମୃଗ ବିହାର ହେଲେ ଏହା ଏକ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇବାସହ ଏହି ଜଙ୍ଗଲର ସୁରକ୍ଷା ହେବ ତଥା ଅନେକ ଓଷଧିୟ ବୃକ୍ଷ ବଞ୍ଚି ରହିବ ବୋଲି ମତ ପ୍ରକାଶ କରିଛନ୍ତି ସ୍ଥାନୀୟ ଯୁବଗୋଷ୍ଠୀ।

Leave a Reply

Your email address will not be published. Required fields are marked *