ଚକାପାଦ ଠାରେ ଭଗବାନ୍ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଧୂମଧାମରେ ପାଳନ…କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) ଚକାପାଦ ବ୍ଲକ ଠାରେ ଜନଜାତୀୟ ଗୌରବ ଦିବସ ଅବସରରେ ଦ୍ଵିତିକୃଷ୍ଣ ମାଝି ଙ୍କ ସଭାପତିତ୍ବରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୪୯ ତମ ଜନ୍ମ ଜୟନ୍ତୀ ,ରାଜୀବ ଗାନ୍ଧୀ କଲ୍ୟାଣ ମଣ୍ଡପ,ଚକାପାଦରେ ମହାଆଡମ୍ବରରେ ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ଵୟ ପରିଷଦ , ବ୍ଲକ୍ ଚକାପାଦ ୟୁନିଟ୍ ର ସଭ୍ୟସଭ୍ୟା ପାଳନ କରିଅଛନ୍ତି l ଅଞ୍ଚଳ ର ସମସ୍ତ ଅନୁସୂଚିତ ଜାତି ଓ ଜନଜାତିର ବ୍ୟକ୍ତିଙ୍କୁ ଭଗଵାନ ବିର୍ସା ଓ ଡ଼ଃ .ବି ଆର . ଆମ୍ବେଦକରଙ୍କ ଅନୁଗାମୀ ହେବା ନିମନ୍ତେ ନିବେଦନ କରିଥିଲେ ।ନିଜ ସମାଜର ଏକତା ନିର୍ମାଣ କରି ସାମାଜିକ, ଅର୍ଥନୈତିକ, ଶିକ୍ଷା, ପ୍ରଶାସନ ଅଧିକାର କୁ ଜିତିବା ପାଇଁ କାର୍ଯ୍ୟ ଜାରି ରହିବ l ଅନ୍ଧ, ବଧିର ଏବଂ ମୂକ ନ ହୋଇ ଆମର ଲକ୍ଷ୍ୟ ଉପରେ ଧ୍ୟାନ ରଖିବାକୁ ପଡିବ ବୋଲି ଅନେକ ବୁଦ୍ଧିଜୀବୀ ବକ୍ତବ୍ୟ ରଖିଥିଲେ l ଯଦି ସମାଜକୁ ଶ୍ରେଷ୍ଠ କରିବା ନିମନ୍ତେ ନିଜ ଜୀବନର ଅସ୍ତିତ୍ବ ଆଗାମୀ ପୀଢି ପାଇଁ ରଖିବା ନିମନ୍ତେ ଆମେ ଲଢିବା | ଜଗଦୀଶ ପ୍ରସାଦ ନାୟକ, ପ୍ରଦୀପ କୁମାର କହଁର, ଦୁର୍ଯ୍ୟଧନ ବେହେରା, କିରୀଟି ନାୟକ, କୁନ୍ତି ପ୍ରଧାନ,ବିକ୍ରମ ଦିଗାଲ, ନାଭିଦିତ୍ଵ ବେହେରା, ସୁନନ୍ଦ ଦିଗାଲ, ଗୋବିନ୍ଦ ଚନ୍ଦ୍ର ନାୟକ, ପ୍ରଫୁଲ୍ଲ ମଲ୍ଲିକ , ସଞ୍ଜୀବ ବେହେରା, ଚତୁର୍ଭୁଜ ବେହେରା ଏହିପରି ଅନ୍ୟ ସମସ୍ତେ ଉପସ୍ଥିତ ଥିଲେ।
Related Posts

ଭିଣୋଇର ବନ୍ଧୁକ ଗୁଳିରେ ଟଳି ପଡିଲା ଶଳା
ଭିଣୋଇର ବନ୍ଧୁକ ଗୁଳିରେ ଟଳି ପଡିଲା ଶଳା ଆର,ଉଦୟଗିରି(ମନୋଜ କୁମାର ପାଢୀ/୧୬/୬/-ସକାଳୁ ସକାଳୁ ଗାଁ କୁ ପହଂଚିଲା ମହାପ୍ରାୟାଣ ଗାଡି,ଗାଁ ରେ ଶୁଭୁଥିଲା କାନ୍ଦ ବୋବାଳି l…

ଭେଡେନ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି।
ଭେଡେନ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଗୋଷ୍ଠୀ ଶିକ୍ଷl କାର୍ଯ୍ୟାଳୟ,…

ଫୁଲବାଣୀ ଠାରେ ୧ମ ଜିଲ୍ଲା ସ୍ତରୀୟ ଆଦିବାସୀ ଫୁଟବଲ କପ ଉଦଯାପିତ
ଫୁଲବାଣୀ ଠାରେ ୧ମ ଜିଲ୍ଲା ସ୍ତରୀୟ ଆଦିବାସୀ ଫୁଟବଲ କପ ଉଦଯାପିତ… (କନ୍ଧମାଳ ଜିଲ୍ଲା ପ୍ରତିନିଧି କୁନା ଦିଗାଲ )କନ୍ଧମାଳ :- କନ୍ଧମାଳ ଜିଲ୍ଲା ସଦର ମହାକାମା…