ଚକପାଦ ରେ କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା-୨୦୨୫ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

ଚକପାଦ ରେ କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା-୨୦୨୫ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜ଼ିଲ୍ଲା ଚକାପାଦ ବ୍ଲକ କାର୍ଯ୍ୟଳୟ ସଭାଗୃହ ଠାରେ ଚକାପାଦ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଶ୍ରୀ ଯୁକ୍ତ ହୃଦାରଞ୍ଜନ ସାହୁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି କନ୍ଧମାଳ ମହୋତ୍ସବ ର ପ୍ରସ୍ତୁତି ବୈଠକ ଉକ୍ତ ବୈଠକ ର ଆଲୋଚନା ପ୍ରକାରେ ‘ଚଳିତ ବର୍ଷ କନ୍ଧମାଳ ମହୋତ୍ସବ ଅଧିକା ସମ୍ପ୍ରସାରଣ କରାଯିବା ଉଦେଶ୍ୟରେ ପ୍ରତ୍ୟେକ ବ୍ଲକ ରେ ଅନୁଷ୍ଠିତ ହେବ କନ୍ଧମାଳ ମହୋତ୍ସଵ ସେହିପରି ଚକାପାଦବ୍ଲଜ ରେ ଅନୁଷ୍ଠିତ ହେବା ନେଇ ବ୍ଲକର ପ୍ରତ୍ୟେକ ବିଭାଗ ଅଫିସର ଙ୍କୁ ନେଇ ମହୋତ୍ସଵ ଆୟୋଜନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକ ର ନିଷ୍ପତି ପ୍ରକାରେ ଆସନ୍ତା ୧୬/୩/୨୦୨୫/ରିଖରେ ଲାଇନପଡ଼ା ହାଇସ୍କୁଲ ପଡ଼ିଆ ପ୍ରାଙ୍ଗଣରେ ଅନୁଷ୍ଠିତ ହେବା ଜଣାପଡିଛି ଏହି ମହୋତ୍ସବରେ କ୍ରୀଡା ଓ ନୃତ୍ୟ ପ୍ରତିଯୋଗୀତା କରାଯିବା, ଏ ସବୁ କାର୍ଯ୍ୟକ୍ରମ ଯେମିତି ସୁରୁଖୁରୁରେ ସମ୍ପାଦନା ହେବ ସେ ଉପରେ ଗୁରୁତ୍ୱ ଦେବା କୁ ଉପସ୍ଥିତ ଅଫିସର ଙ୍କୁ ଶ୍ରୀ ସାହୁ ମହୋଦୟ ଦୃଷ୍ଟି ଆକର୍ଷଣ କରିଥିଲେ କେବଳ ପାରମ୍ପରିକ ନୃତ୍ୟଗୀତ ଉପରେ ଅଧିକ ଗୁରୁତ୍ୱ ଦେବାକୁ ବୈଠକ ରେ ଆଲୋଚନା ହୋଇଥିଲା, ତା -୧୬/୩/୨୦୨୫/ରିଖ ଦିନ ସକାଳ ୮ ଘଂଟିକାରୁ ପଞ୍ଜିକରଣ ଆରମ୍ଭ କରାଯିବ ଏବଂ ସାନ୍ଧ୍ୟ ୫ ଘଂଟିକା ଠାରୁ ଷ୍ଟେଜ ରେ ପରିବେଷଣକାର୍ଯ୍ୟକ୍ରମ ଆରମ୍ଭ ହେବାନେଇ ଚୂଡାନ୍ତ ହୋଇଅଛି l ଆଜିର ବୈଠକ ରେ ଗୋଷ୍ଠୀ ଉର୍ନୟନ ଅଧିକାରୀ ଶ୍ରୀ ଯୁକ୍ତ ସାହୁ ଙ୍କ ସମେତ ବ୍ଲକ ଚେୟାରମ୍ୟାନ ବୈନେତ୍ରୀ କହଁର,ସ୍ୱମନୀତ ଶିଶୁ ବିକାଶ ଅଧିକାରିଣୀ ସୁଧାରାଣୀ ପ୍ରଧାନ,ଜି ପି ଓ ସୁରେଶ ଚନ୍ଦ୍ର ବାରିକ,ବି ଏସ ଏସ ଓ, ଦୀପକ ମଳିକ,ଏ ଇ ଇ ଦବୀ ପ୍ରକାଶ ରାଉତ,ବି ଏକ ଏସ ଏସ ଉପସଭାପତି ମୋହନ ମୁରଲୀ ଦଣ୍ଡିଆ, କଳାକାର ମହାସଂଘ ସଭାପତି କ୍ରିଷ୍ଣା ଚନ୍ଦ୍ର ଡିଗାଲ ଏବଂ ଅନ୍ୟାନ ଅନେକ ଶିକ୍ଷକ ଶିକ୍ଷୟତ୍ରୀ, ଅଫିସର ବୃନ୍ଦ ଉପସ୍ଥିତ ରହି ମହୋତ୍ସଵ କୁ ସୁନ୍ଦର, ସରସ ଓ ଶୃଙ୍ଖଳିତ କରାଯିବା କୁ ନିଷ୍ପତି ହୋଇଥିଲା l

Leave a Reply

Your email address will not be published. Required fields are marked *